ଓଡ଼ିଶାଲାଇଭ୍ ବ୍ୟୁରୋ

ସନାତନ ଧର୍ମ ପ୍ରଚାରକ ସଂସ୍ଥା ଅକ୍ଷରଧାମ ସ୍ୱାମୀ ନାରାୟଣ ସଂସ୍ଥାନ ପକ୍ଷରୁ ଇସଲାମିକ ରାଷ୍ଟ୍ର ବାହାରିନରେ ସ୍ୱାମୀ ନାରାୟଣ ମନ୍ଦିର ନିର୍ମାଣ ହେବ। ଏହି ମନ୍ଦିର ନିର୍ମାଣରେ ସହଯୋଗ କରିବାକୁ ବାହାରିନ ଓଡ଼ିଆ ସମାଜର ପ୍ରତିଷ୍ଠାତା ସଭାପତି ଡକ୍ଟର ଅରୁଣ କୁମାର ପ୍ରହରାଜ ଏବଂ ସମସ୍ତ ସଦସ୍ୟଙ୍କୁ ଆମନ୍ତ୍ରଣ କରାଯାଇଛି।

ଆବୁଧାବୀ ପରେ ବାହାରିନ ସରକାର ବାହାରିନରେ ବିଶାଳ ସ୍ୱାମୀ ନାରାୟଣ ମନ୍ଦିର ନିର୍ମାଣ ନିମନ୍ତେ ଏକ ବିସ୍ତୀର୍ଣ୍ଣ ଜମି ଆବଣ୍ଟନ କରିଛନ୍ତି। ବାହାରିନ ଓଡ଼ିଆ ସମାଜର ପରାମର୍ଶଦାତା ତଥା ପୃଷ୍ଠପୋଷକ ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବଙ୍କ ପରାମର୍ଶ ସହ ସ୍ୱାମୀ ବ୍ରହ୍ମବିହାରୀ ଦାସଙ୍କୁ ପ୍ରସ୍ତାବିତ ମନ୍ଦିରରେ ଶ୍ରୀ ଜଗନ୍ନାଥଙ୍କ ଚତୁର୍ଦ୍ଧା ବିଗ୍ରହ ପ୍ରତିଷ୍ଠା କରିବାକୁ ଡକ୍ଟର ଅରୁଣ କୁମାର ପ୍ରହରାଜ ଅନୁରୋଧ କରିଛନ୍ତି।

ଗତ ୨୦୨୨ ଫେବ୍ରୁଆରି ମାସରେ ସ୍ୱାମୀ ନାରାୟଣ ମନ୍ଦିର ନିର୍ମାଣ ନିମନ୍ତେ ବାହାରିନ ସରକାର ଜାଗା ଆବଣ୍ଟନ କରିଛନ୍ତି। ଏହି ମନ୍ଦିର ପ୍ରତିଷ୍ଠା ହେଲେ ବାହାରିନରେ ଧାର୍ମିକ ଓ ଆଧ୍ୟାତ୍ମିକ ପର୍ଯ୍ୟଟନର ଏହା ଏକ ପ୍ରମୁଖ ସ୍ଥଳ ହେବ। ମହାବିଷୁବ ସଂକ୍ରାନ୍ତି ତଥା ଓଡ଼ିଆ ନବବର୍ଷ ପାଳନ ଅବସରରେ ବାହାରିନ ଓଡ଼ିଆ ସମାଜର ସଦସ୍ୟ ଭଗବାନଙ୍କ ସ୍ନାନ ଏବଂ ଆଳତୀ ପରେ ପଣା ଏବଂ ଓଡ଼ିଆ ବ୍ୟଞ୍ଜନ ପ୍ରସ୍ତୁତ କରି ଭଗବାନଙ୍କୁ ଅର୍ପଣ କରିଥିଲେ। ଏହି ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

Tags: #BahrainOdiaSamaj #Celebration #OdiaNewYear #ShreeJagannathBigraha

Comment