ଓଡ଼ିଶାଲାଇଭ୍ ବ୍ୟୁରୋ

ଆଇପିଏସ ସ୍ତରରେ ବଡ଼ଧରଣର ଅଦଳ ବଦଳ ହୋଇଛି। ଶୁକ୍ରବାର ଦିନ କଟକ-ଭୁବନେଶ୍ୱର ଡିସିପି ବଦଳିଛନ୍ତି। ଭୁବନେଶ୍ୱରର ନୂଆ ଡିସିପି ଭାବେ ନିଯୁକ୍ତି ପାଇଛନ୍ତି ପ୍ରତୀକ ସିଂ। ପ୍ରତୀକ ସିଂ କଟକର ଡିସିପି ଥିଲେ। କଟକ ଡିସିପି ଭାବେ ପିନାକ ମିଶ୍ରଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି।

ସେହିପରି ସନ୍ତୋଷ ଉପାଧ୍ୟାୟଙ୍କୁ ଅଗ୍ନିଶମ ବିଭାଗ ଡିଜି ଭାବେ ଦାୟିତ୍ୱ ଦିଆଯାଇଥିବାବେଳେ ଗୁଇନ୍ଦା ନିର୍ଦ୍ଦେଶକ ଭାବେ ସଞ୍ଜୀବ ପଣ୍ଡାଙ୍କୁ ନିଯୁକ୍ତି ମିଳିଛି। ଉମାଶଙ୍କର ଦାସଙ୍କୁ କଟକ-ଭୁବନେଶ୍ୱର ଅତିରିକ୍ତ ପୋଲିସ କମିଶନର ଭାବେ ଦାୟିତ୍ୱ ଦିଆଯାଇଛି। ଏହା ସହ ମନୋଜ କୁମାର ଛାବ୍ରାଙ୍କୁ ଜେଲ ବିଭାଗ ଡିଜି ଭାବେ ନିଯୁକ୍ତ କରାଯାଇଛି। ଅରୁଣ ବୋଥ୍ରାଙ୍କୁ କ୍ରାଇମବ୍ରାଞ୍ଚ ଏଡିଜି ଦାୟିତ୍ୱ ମିଳିଛି।

ନିତି ଶେଖରଙ୍କୁ ପଶ୍ଚିମାଞ୍ଚଳ ରେଞ୍ଜ ଡିଆଇଜି ଭାବେ ନିଯୁକ୍ତି ପ୍ରଦାନ କରାଯାଇଛି। ଶ୍ରବଣ ବିବେକ ଏମ୍ ବ୍ରହ୍ମପୁର ଏସପି ଭାବେ ନିଯୁକ୍ତି ପାଇଥିବାବେଳେ ଅଭିଳାଷ ଜି କଳାହାଣ୍ଡି ଏସପି, ସିଦ୍ଧାର୍ଥ କଟାରିଆ ଖୋର୍ଦ୍ଧା ଏସପି, ଅଲେଖ ପହୀ ନୟାଗଡ଼ ଏସପି ଏବଂ ଏସ୍ ସୁଶ୍ରୀ ନବରଙ୍ଗପୁର ଏସପି ଭାବେ ନିଯୁକ୍ତ ହୋଇଛନ୍ତି। ସେହିପରି ପରମାର ସ୍ମିତ ପାରଷୋତ୍ତମଦାସଙ୍କୁ ବରଗଡ଼ ଏସପି ଏବଂ ରାହୁଲ ଜୈନଙ୍କୁ ଝାରସୁଗୁଡା ଏସପି ଭାବେ ନିଯୁକ୍ତି ମିଳିଛି।

Tags: #IPSOfficers #Reshuffle #Odisha #DCP #Cuttack #Bhubaneswar #PratikSingh #NewDCP #PinakMishra

Comment