ଓଡ଼ିଶାଲାଇଭ୍ ବ୍ୟୁରୋ
କୋଭିଡ ମହାମାରୀକୁ ନେଇ ଏବେ ଚିନ୍ତା ବଢ଼ିଛି। କୋଭିଡରୁ ମୁକ୍ତି ପାଇବା ପାଇଁ ଟିକାକୁ ମୁଖ୍ୟ ଅସ୍ତ୍ର ବୋଲି ସରକାର କହୁଛନ୍ତି। ଏହାରି ମଧ୍ୟରେ ଟିକାକୁ ନେଇ ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି କୋଭିଡ ଟିକା ନେବା ପାଇଁ କାହାରିକୁ ବାଧ୍ୟ କରାଯାଇପାରିବ ନାହିଁ। କୋଭିଡ ଟିକା ନେବା ନନେବା ଜଣେ ନାଗରିକର ନିଜସ୍ଵ ନିଷ୍ପତ୍ତି ରହିବ।
ଅନ୍ୟ ପଟେ ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ସରକାର ଟିକାକରଣ ପାଇଁ ଜନସାଧାରଣଙ୍କୁ ସଚେତନ କରାଇପାରିବେ, କିନ୍ତୁ ସେମାନଙ୍କୁ ବାଧ୍ୟ କରିପାରିବେ ନାହିଁ। କୋଭିଡ ଟିକାକରଣ ଅନିବାର୍ଯ୍ୟକୁ ଅସାମ୍ବିଧାନିକ ଘୋଷଣା କରାଯିବା ଆବେଦନ ଉପରେ ବିଚାର କରି ସର୍ବୋଚ୍ଚ ନ୍ୟାୟାଳୟ ଏହା କହିଛନ୍ତି।
ଟିକାକରଣ ଅନିବାର୍ଯ୍ୟକୁ ନେଇ ଲଗାଇଥିବା କଟକଣା ହଟାନ୍ତୁ ରାଜ୍ୟ ସରକାର: ସୁର୍ବୋଚ୍ଚ ନ୍ୟାୟାଳୟ
ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ସରକାର ଜନସାଧାରଙ୍କ ମଙ୍ଗଳ ପାଇଁ ସେମାନଙ୍କୁ ସଚେତନ କରିପାରିବେ। ରୋଗକୁ ରୋକିବା ପାଇଁ କଟକଣା ଲଗାଇ ପାରିବେ, କିନ୍ତୁ ଟିକା ନେବା ପାଇଁ କାହାରିକୁ ବାଧ୍ୟ କରିପାରିବେ ନାହିଁ। କିଛି ରାଜ୍ୟରେ କୋଭିଡ ମହାମାରୀ ସମୟରେ ଟିକାକରଣକୁ ଅନିବାର୍ଯ୍ୟ କରିବା ସହ ବିଭିନ୍ନ କଟକଣା ଲାଗୁ କରାଯାଇଥିଲା। ଏପରିକି କୌଣସି ଗୁରୁତ୍ଵପୂର୍ଣ୍ଣ ସ୍ଥାନକୁ ଯିବାକୁ ହେଲେ ଟିକାକରଣର ପ୍ରମାଣପତ୍ର ଦେଖାଇବାକୁ କୁହାଯାଉଥିଲା। ଟିକାକରଣକୁ ନେଇ ଲଗା ଯାଇଥିବା ଏହିପରି କଟକଣାକୁ ହଟାଇବାକୁ ସରକାରଙ୍କୁ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଛନ୍ତି।
Tags: #Covid19 #CoronaVirus #SupremeCourt #CovidVaccine