ଓଡ଼ିଶାଲାଇଭ୍ ବ୍ୟୁରୋ

ଏଥର ସୁଧୁରିବ ଶ୍ରୀଲଙ୍କାର ପରିସ୍ଥିତି। ଆର୍ଥିକ ସଙ୍କଟରୁ ମୁକୁଳିବ ଦେଶ। ଏବେ ଦୂର ହେବ ଦେଶବାସୀଙ୍କ ଦୁଃଖ। ଶ୍ରୀଲଙ୍କାର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ପରେ ଏମିତି କିଛି କହିଛନ୍ତି ରାନିଲ ବିକ୍ରମସିନ୍ଧେ। ଏବେ ନୂଆ ପ୍ରଧାନମନ୍ତ୍ରୀଙ୍କ ଆଗରେ ଅନେକ ଚ୍ୟାଲେଞ୍ଜେସ ରହିଛି। ନୂଆ ପ୍ରଧାନମନ୍ତ୍ରୀ ଦେଶକୁ ଆର୍ଥିକ ସଙ୍କଟରୁ ମୁକୁଳାଇବାକୁ ଶପଥ ଗ୍ରହଣ ଉତ୍ସବରେ ସଙ୍କଳ୍ପ କରିଥିବା କହିଛନ୍ତି। ଏହି ପରିସ୍ଥିତିରୁ ମୁକୁଳିବା ପାଇଁ ଭାରତର ସହଯୋଗ ଲୋଡ଼ିଛନ୍ତି ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ରାନିଲ ବିକ୍ରମସିନ୍ଧେ।

ବର୍ତ୍ତମାନ ଶ୍ରୀଲଙ୍କାର ଆର୍ଥିକ ସ୍ଥିତି ସମ୍ପୂର୍ଣ୍ଣ ରୂପେ ଭୁଶୁଡ଼ି ପଡ଼ିଛି। ଦେଶରେ ଡିଜେଲ-ପେଟ୍ରୋଲଠାରୁ ଆରମ୍ଭ କରି ଅତ୍ୟାବଶ୍ୟକୀୟ ସାମଗ୍ରୀ, ରନ୍ଧନଗ୍ୟାସ, ମେଡିସିନ ଏବଂ ବିଜୁଳି ଆଦି ସମସ୍ୟା ଦେଖାଦେଇଛି। ଲୋକଙ୍କୁ ଖାଦ୍ୟ ପାନୀୟ ପାଇଁ ସଂଘର୍ଷ କରିବାକୁ ପଡ଼ୁଛି। କେବଳ ସେତିକି ନୁହେଁ ଦେଶରେ ବିଜୁଳି ସଙ୍କଟ ଯୋଗୁଁ ଘଣ୍ଟା ଘଣ୍ଟା ଧରି ଲୋକଙ୍କୁ ଅନ୍ଧାରରେ ସମୟ କାଟିବାକୁ ପଡ଼ୁଛି।

ଶ୍ରୀଲଙ୍କାରେ ଉପୁଜିଥିବା ଆର୍ଥିକ ସଙ୍କଟ ପାଇଁ ବିରୋଧୀ ଏବଂ ଦେଶବାସୀ ମହିନ୍ଦା ରାଜପକ୍ଷେ ଏବଂ ତାଙ୍କ ପରିବାରକୁ ଦାୟୀ କରିବା ସହ ବିରୋଧ କରିଥିଲେ। ଏହାକୁ ନେଇ ଆନ୍ଦୋଳନକୁ ଓହ୍ଲାଇଥିଲେ ବିରୋଧୀ ଏବଂ ଦେଶର ଜନତା। ବିରୋଧ ଏତେ ମାତ୍ରାରେ ବଢ଼ିଗଲା ଯେ ଶେଷରେ ପ୍ରଧାମନମନ୍ତ୍ରୀ ପଦବୀରୁ ଇସ୍ତଫା ଦେଲେ ମହିନ୍ଦା ରାଜପକ୍ଷେ। ଆନ୍ଦୋଳନକାରୀଙ୍କ କ୍ଷୋଭରୁ ବର୍ତ୍ତିବା ପାଇଁ ସେ ଏବଂ ତାଙ୍କ ପରିବାର ଏବେ ସେନାର ଶରଣ ପଶିଛନ୍ତି।

Tags: #SriLanka #SriLankaCrisis #PMSriLanka #RanilWickremesinghe

Comment