ଓଡ଼ିଶାଲାଇଭ୍ ବ୍ୟୁରୋ

ପତଳା ହେବା ମହଙ୍ଗା ପଡ଼ିଲା ୨୧ ବର୍ଷୀୟ କନ୍ନଡ଼ ଅଭିନେତ୍ରୀ ଚେତନା ରାଜଙ୍କୁ। ଭୁଲ କସମେଟିକ୍ ସର୍ଜରୀ ଯୋଗୁଁ ଚେତନାଙ୍କର ମୃତ୍ୟୁ ହୋଇଛି।

ନିଜକୁ ପତଳା କରି ଆକର୍ଷଣୀୟ ଦିଶିବାର ମୋହ ଶେଷରେ ଜୀବନ ନେଲା କନ୍ନଡ଼ ଟିଭି ଅଭିନେତ୍ରୀ ଚେତନା ରାଜଙ୍କର। ଭୁଲ ସର୍ଜରୀ ଯୋଗୁଁ ମାତ୍ର ୨୧ ବର୍ଷ ବୟସରେ ପ୍ରାଣ ହରାଇଛନ୍ତି ଚେତନା। ବେଙ୍ଗାଲୁରୁର ଏକ ଘରୋଇ ହସ୍ପିଟାଲରେ ଶେଷ ନିଶ୍ଵାସ ତ୍ୟାଗ କରିଛନ୍ତି ସେ। କିଛି ଦିନ ତଳେ ପତଳା ହେବା ପାଇଁ ସେ ପ୍ଲାଷ୍ଟିକ ସର୍ଜରୀ କରିଥିଲେ। ଭୁଲ ସର୍ଜରୀ ଯୋଗୁଁ ସର୍ଜରୀର ପରଦିନ ତାଙ୍କ ଫୁସଫୁସରେ ସମସ୍ୟା ଦେଖାଦେଇଥିଲା। ଯନ୍ତ୍ରଣା ଅନୁଭବ କରିବା ପରେ ଚେତନାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

ମିଳିଥିବା ଖବର ଅନୁସାରେ କେହି ବନ୍ଧୁ ଚେତନାଙ୍କୁ ମୋଟି ହୋଇଯାଇଥିବା କହିଥିଲେ। ମନୋରଞ୍ଜନ ଜଗତରେ କାମ କରୁଥିବାରୁ ନିଜର ମୋଟା ହେବା କଥା ଶୁଣି ଚିନ୍ତାରେ ପଡ଼ିଯାଇଥିଲେ ଚେତନା। ନିଜର ଜଣେ ସାଙ୍ଗକୁ ନେଇ ପତଳା ହେବା ଲାଗି କସମେଟିକ୍ ସର୍ଜନ ଡାକ୍ତରଙ୍କୁ ଦେଖା କରିଥିଲେ। ନିଜ ପିତାମାତାଙ୍କୁ ନଜଣାଇ ଓଜନ କମାଇବାକୁ ସର୍ଜରୀ କରିଥିଲେ ଚେତନା। ଗୋଟିଏ ଦିନ ଡାକ୍ତରଖାନାରେ ରହିଥିଲେ।

ସର୍ଜରୀର ପରଦିନ ଫୁସଫସରେ ଯନ୍ତ୍ରଣା ହେବାରୁ ତାଙ୍କୁ ତୁରନ୍ତ ବେଙ୍ଗାଲୁରୁର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କାରଯାଇଥିଲା। କିନ୍ତୁ ଡାକ୍ତର ତାଙ୍କ ଜୀବନ ବଞ୍ଚାଇ ପାରିନଥିଲେ। ଭୁଲ ସର୍ଜରୀ କାରଣରୁ ତାଙ୍କ ଫୁସଫୁସରେ ପାଣି ଜମା ହୋଇ ତାଙ୍କର ମୃତ୍ୟୁ ହୋଇଥିବା ଡାକ୍ତର କହିଛନ୍ତି।

ଅନ୍ୟପଟେ କସମେଟିକ୍ ସର୍ଜରୀ କରିଥିବା ଡାକ୍ତରଙ୍କ ଅବହେଳା କାରଣରୁ ଝିଅର ମୃତ୍ୟୁ ହୋଇଥିବା ଚେତନାଙ୍କ ପିତାମାତା ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ୍ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଚେତନା ରାଜ କନ୍ନଡ଼ର ଜଣେ ଜଣାଶୁଣା ଟିଭି ଅଭିନେତ୍ରୀ ଥିଲେ। ସେ ଅନେକ ଟିଭି ସୋ’ରେ କାମ କରି ଦର୍ଶକଙ୍କ ଦୃଦୟରେ ସ୍ଥାନ ପାଇଛନ୍ତି।

Tags: #Entertainment #TVActor #CosmeticSurgery #Actess #Death #WrongSurgery

Comment