ଓଡ଼ିଶାଲାଇଭ୍ ବ୍ୟୁରୋ

ମୁମ୍ବାଇ କ୍ରୁଜ ଡ୍ରଗ୍ସ ମାମଲାରେ ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନଙ୍କୁ କ୍ଲିନ ଚିଟ୍ ଦେଇଛନ୍ତି ଅଦାଲତ। ଏନଡିପିଏସ କୋର୍ଟରେ ନାର୍କୋଟିକ କଣ୍ଟ୍ରୋଲ ବ୍ୟୁରେ(ଏନସିବି) ଚାର୍ଜସିଟ ଦାଖଲ କରିଥିଲା। ଏହି ଚାର୍ଜସିଟରେ ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନଙ୍କ ନାଁ ନଥିଲା। ଡ୍ରଗ୍ସ ମାମଲାରେ ଆର୍ଯ୍ୟନଙ୍କ ବିରୋଧରେ କୌଣସି ଠୋସ୍ ପ୍ରମାଣ ନଥିବାରୁ ତାଙ୍କୁ କ୍ଲିନ ଚିଟ୍ ମିଳିଛି।

ଆର୍ଯ୍ୟନ ଖାନଙ୍କ ବିରୋଧରେ ଡ୍ରଗ୍ସ ମାମଲାକୁ ନେଇ କୌଣସି ପ୍ରମାଣ ନଥିଲା। ଏହା ସହ ହ୍ଵାଟସଆପ୍ ଟାର୍ଚରୁ ପ୍ରମାଣିତ ହୋଇପାରିନଥିଲା ଯେ ଆର୍ଯ୍ୟନ କୌଣସି ଅନ୍ତର୍ଜାତୀୟ ସିଣ୍ଡିକେଟ ସହ ସମାଲି ଅଛନ୍ତି ବୋଲି। ଆର୍ଯ୍ୟନ ଖାନକୁ କେଉଁ ସବୁ କାରଣ ପାଇଁ ଅଦାଲତ କ୍ଲିନଚିଟ ଦେଇଛନ୍ତି ସେ ସମ୍ପର୍କରେ ଏନସିବିର ତଦନ୍ତକାରୀ ଟିମର ଜଣେ ଅଧିକାରୀ ସୂଚନା ଦେଇଛନ୍ତି।

ଗତ ୨୦୨୧ ଅକ୍ଟୋବର ୨ ତାରିଖରେ ‘କର୍ଡେଲିଆ କ୍ରୁଜ’ରେ ଏନସିବି ପକ୍ଷରୁ ଚଢ଼ଉ କରାଯାଇଥିଲା। ଏହି କ୍ରୁଜରେ ରେବ ପାର୍ଟି ହେଉଥିବା ସୂଚନା ପରେ ଚଢ଼ଉ କରାଯାଇଥିଲା। କ୍ରୁଜରୁ ଆର୍ଯ୍ୟନ ଖାନଙ୍କ ସମେତ ୮ ଜଣଙ୍କୁ ଉଠାଇ ନେଇଥିଲା ଏନସିବି। ପରଦିନ ସମସ୍ତଙ୍କୁ ଗିରଫ କରାଯାଇଥିଲା। ଏମାନଙ୍କ ମଧ୍ୟରୁ କେତେଜଣ ଜାମିନରେ ଜେଲରୁ ବାହାରିଥିବାବେଳେ କେତେଜଣ ଜେଲରେ ଅଛନ୍ତି। ଏହି ମାମଲାରେ ପ୍ରାୟ ୨୮ ଦିନ ଆର୍ଯ୍ୟନ ଖାନକୁ ଜେଲରେ କାଟିବାକୁ ପଡ଼ିଥିଲା। ଆର୍ଯ୍ୟନଙ୍କୁ ଜେଲରୁ ମୁକୁଳାଇବା ପାଇଁ ବାପା ଶାହାରୁଖ ଖାନ ଏବଂ ତାଙ୍କ ଲିଗାଲ ଟିମ୍ ଆପ୍ରାଣ ଉଦ୍ୟମ କରିଥିଲେ। ଶେଷରେ ଆଜି ଏହି ମାମଲାରୁ ଆର୍ଯ୍ୟନଙ୍କୁ ଆଶ୍ଵସ୍ତି ମିଳିଛି।

Tags: #Crime #Drugs #Cruise #Mumbai #AryanKhan #ShaharukhKhan

LEAVE A REPLY

Please enter your comment!
Please enter your name here