ଓଡ଼ିଶାଲାଇଭ୍ ବ୍ୟୁରୋ

ଆସନ୍ତା ଜୁନ ୨ ତାରିଖରୁ ଯୁକ୍ତ ୨ ପରୀକ୍ଷା ଖାତା ମୂଲ୍ୟାୟନ ଆରମ୍ଭ ହେବ। ରାଜ୍ୟର ମୋଟ ୬୪ଟି କେନ୍ଦ୍ରରେ ଅଫଲାଇନ ଏବଂ ୩୭ଟି କେନ୍ଦ୍ରରେ ଅନଲାଇନ ମୂଲ୍ୟାୟନ କରାଯିବ ବୋଲି ସୂଚନା ମିଳିଛି। ଦୁଇଟି ପର୍ଯ୍ୟାୟରେ ପରୀକ୍ଷା ଖାତା ମୂଲ୍ୟାୟନ କରାଯିବ। ଜୁନ୍ ୨ରୁ ଜୁନ୍ ୧୨ ତାରିଖ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ଏବଂ ଜୁନ୍ ୧୩ରୁ ୨୨ ତାରିଖ ପର୍ଯ୍ୟନ୍ତ ଦ୍ଵିତୀୟ ପର୍ଯ୍ୟାୟ ମୂଲ୍ୟାୟନ କରାଯିବା ନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି।

ଗତ ଏପ୍ରିଲ ୨୮ ତାରିଖରେ ଆରମ୍ଭ ହୋଇଥିବା ଯୁକ୍ତ ୨ ପରୀକ୍ଷା ଆସନ୍ତା ଜୁନ ୪ ତାରିଖ ପର୍ଯ୍ୟନ୍ତ ଚାଲିବ। ସକାଳ ୯ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ପରୀକ୍ଷା ଦେଉଛନ୍ତି ଛାତ୍ରଛାତ୍ରୀ। ରାଜ୍ୟର ପ୍ରାୟ ୩ ଲକ୍ଷ ୨୦ ହଜାରରୁ ଅଧିକ ଯୁକ୍ତ ୨ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି। ବ୍ରଜରାଜନଗରରେ ବିଧାନସଭା ଉପନିର୍ବାଚନ ଥିବାରୁ ମେ’ ୩୧ ତାରିଖରେ ହେବାକୁ ଥିବା ପରୀକ୍ଷାକୁ ଆସନ୍ତା ଜୁନ ୪ ତାରିଖକୁ ଘୁଞ୍ଚାଇ ଦିଆଯାଇଛି।

Tags: #Education #PlusTwoExam #CopyValuation

Comment