ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ହାଇକୋର୍ଟର ଦୁଇ ଜଣ ନୂଆ ବିଚାରପତି ଶୁକ୍ରବାର, ଜୁନ ୧୦ ତାରିଖରେ ଶପଥ ଗ୍ରହଣ କରିଛନ୍ତି। ଶପଥ ନେଇଥିବା ନବ ନିଯୁକ୍ତ ଦୁଇ ବିଚାରପତି ହେଲେ ଜଷ୍ଟିସ ଶୁଭାଶିଷ ତାଳପତ୍ର ଓ ଆଇନଜୀବୀ ସଞ୍ଜୟ କୁମାର ମିଶ୍ର। ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଏସ ମୁରଲୀଧର ଦୁଇ ନୂଆ ବିଚାରପତିଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି।

ଶପଥ ଗ୍ରହଣ ଉତ୍ସବ ପାଇଁ ପୁରୁଣା ହାଇକୋର୍ଟ କନଫରେନ୍ସ ହଲଠାରେ ସ୍ଵତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଜଷ୍ଟିସ ଶୁଭାଶିଷ ତାଳପତ୍ର ତ୍ରିପୁରା ହାଇକୋର୍ଟରୁ ବଦଳି ହୋଇ ଆସିଥିବାବେଳେ ଆଇନଜୀବୀ ସଞ୍ଜୟ କୁମାର ମିଶ୍ରଙ୍କୁ ନୂଆ କରି ବିଚାରପତି ଭାବେ ନିଯୁକ୍ତି ମିଳିଛି।

Tags: #HighCourt #OdishaHighCourt #Justice #NewsJustice #OathTakingCeremony

Comment