ଓଡ଼ିଶାଲାଇଭ୍ ବ୍ୟୁରୋ

ଓଲିଉଡ ଅଭିନେତା ରାଇମୋହନ ପରିଡ଼ାଙ୍କର ଝୁଲନ୍ତା ମୃତ ଦେହ ପୋଲିସ୍ ଉଦ୍ଧାର କରିଛି। ଶୁକ୍ରବାର ଭୁବନେଶ୍ଵର ପ୍ରାଚୀ ବିହାର ସ୍ଥିତ ନିଜ ବାସଭବନରେ ଝୁଲନ୍ତା ଅବସ୍ଥା ରାଇମୋହନଙ୍କୁ ଦେଖିବା ପରେ କିଛି ସମ୍ପର୍କୀୟ ପୋଲିସକୁ ଖବର ଦେଇଥିଲେ। ତାଙ୍କ ମୃତ ଦେହ ପୋଲିସ୍ ଉଦ୍ଧାର କରିଛି। ଦିନ ପ୍ରାୟ ୧ଟା ୩୦ ବେଳକୁ ଏହି ଅଘଟଣ ସମ୍ପର୍କରେ ଖବର ଆସିଥିଲା।

ଓଡ଼ିଆ ସିନେ ଜଗତର ଜଣେ ପରିଚିତ ଅଭିନେତା ହେଉଛନ୍ତି ରାଇମୋହନ ପରିଡ଼ା। ତାଙ୍କର ନିଖୁଣ ଅଭିନୟ ଯୋଗୁଁ ଦର୍ଶକଙ୍କୁ କେତେବେଳେ ହସାଉ ଥିଲେ ତ କେତେବେଳେ କନ୍ଦାଉଥିଲେ। ଆଜି ଓଡ଼ିଶାର ଜଣେ ଦକ୍ଷ କଳାକାରଙ୍କର ଆତ୍ମହତ୍ୟା ଖବରକୁ ସହଜେ ଗ୍ରହଣ କରିପାରୁ ନାହନ୍ତି ଦର୍ଶକ, ପରିବାର ଏବଂ ପ୍ରିୟଜନମାନେ।

ସବୁବେଳେ ବେଶ୍ ଖୁସି ମିଜାଜରେ ରହୁଥିବା ରାଇମୋନ କାହିଁକି ଏଭଳି ଦପକ୍ଷେପ ନେଲେ ବୋଲି ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ। ତାଙ୍କ ମୃତ୍ୟୁ ଖବର ପାଇ ସ୍ଥାନୀୟ ବାସିନ୍ଦା, କଳାକାର, ପରିବାର ଏବଂ ସମ୍ପର୍କୀୟ ତାଙ୍କ ଘର ଆଗରେ ରୁଣ୍ଡ ହୋଇଛନ୍ତି। ରାଇମୋହନ ପରିଡ଼ାଙ୍କ ବିୟୋଗରେ କେବଳ ଓଡ଼ିଆ ସିନେମା ଜଗତ ନୁହେଁ, ମଞ୍ଚ ମଧ୍ୟ ଅଧୁରା ହୋଇଯିବ। ରାଇମୋହନ ପରିଡ଼ାଙ୍କ ମୃତ୍ୟୁ କଳା ଜଗତ ପାଇଁ ଅପୂରଣୀୟ କ୍ଷତି ବୋଲି ଅନେକ ସିନେ କଳାକାର କହିଛନ୍ତି।

Tags: #RaimohanParida #BreakingNews #OllywoodActor #Bhubaneswar #Suicide

Comment