ଓଡ଼ିଶାଲାଇଭ୍ ବ୍ୟୁରୋ

ଆଉ ଦେଖିବାକୁ ମିଳିବନି ସେ ଦମଦାର ଅଭିନୟ, ଶୁଭିବନି ଦର୍ଶକଙ୍କୁ ଥରହର କରିବା ଭଳି ସ୍ଵର। ସବୁ ଦିନ ପାଇଁ ନୀରବୀ ଗଲେ ଓଡ଼ିଆ ସିନେ ଜଗତର ସୁପରିଚିତ ଅଭିନେତା ରାଈମୋହନ ପରିଡ଼ା।

ପଞ୍ଚଭୂତରେ ଲୀନ ହୋଇଗଲେ ଅଭିନେତା ରାଈମୋହନ ପରିଡ଼ା। ପୁରୀ ସ୍ଵର୍ଗଦ୍ଵାରରେ ସମସ୍ତ ବିଧିବିଧାନ ସହ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି। ପରିବାର ଏବଂ ପ୍ରୟଜନ ଶୋକାକୂଳ ପରିବେଶରେ ବିଦାୟ ଦେଇଛନ୍ତି ସ୍ଵର୍ଗତ ରାଇମୋହନ ପରିଡ଼ାଙ୍କୁ।

ଶୁକ୍ରବାର ଭୁବନେଶ୍ଵର ସ୍ଥିତ ପ୍ରାଚୀ ବିହାର ବାସଭବନରୁ ଝୁଲନ୍ତା ଅବସ୍ଥାରେ ତାଙ୍କର ମୃତଦେହକୁ ଉଦ୍ଧର କରାଯାଇଥିଲା। ପୋଲିସ୍ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ବ୍ୟବଚ୍ଛେଦ ପରେ ଶବ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା।

ଶବ ଧରି ପରିବାର ଲୋକେ ନିଜ ଘରକୁ ନେବା ପେରେ ରାଈମୋହନଙ୍କ ଶେଷ ଦର୍ଶନ ପାଇଁ ହଜାର ହଜାର ଲୋକ ପ୍ରଶଂସକ, ସହକଳାକାର, ପରିବାର ଏବଂ ସମ୍ପର୍କୀୟ ରୁଣ୍ଡ ହୋଇଥିଲେ। ଦୁଃଖ ଏବଂ ଶୋକ ସ୍ତବ୍ଧ ହୋଇଯାଇଥିଲା ସମ୍ପୃକ୍ତ ଅଞ୍ଚଳ।  

ରାଈମୋହନ ପରିଡ଼ାଙ୍କ ଅନ୍ତିମ ଯାତ୍ରାରେ ସାମିଲ ହୋଇଥିଲେ ହଜାର ହଜାର ଲୋକ। ଖଇ କଉଡ଼ି ବୁଣି ବୁଣି ଶ୍ମଶାନକୁ ନିଆଯାଇଥିଲା ପ୍ରାର୍ଥୀବ ଶରୀର। ଅନ୍ତମ ସଂସ୍କାରର ସମସ୍ତ ବିଦ୍ଧି ପୂରଣ ପରେ ଶେଷ ବିଦୟ ଦିଆଯାଇଥିଲା ସେ ମହାନ କଳାକାରଙ୍କୁ।

‘ହେଇ ଅନାନି’…ଏ ଦମଦାର ଡାଇଲଗ୍ ଆଉ ଶୁଭିବନି। ସେ ସିନା ଚାଲିଗଲେ, ହେଲେ ଦର୍ଶକଙ୍କ ହୃଦୟରେ ସବୁଦିନ ପାଇଁ ଜୀବିତ ରହିବେ। ତାଙ୍କର ସେଇ ଜୀବନ୍ତ ଅଭିନୟ ଆଉ ଦମଦାର ଡାଇଲଗ ଚିର ସବୁଜ ହୋଇ ରହିବ।

Tags: #ActorRaimohanParida #Dead #Funeral

Comment