ଓଡ଼ିଶାଲାଇଭ୍ ବ୍ୟୁରୋ

ବଡ଼ ଖବର ନ୍ୟୁଜ ଚ୍ୟାନେଲର ସମ୍ପାଦକ ଅର୍ଦ୍ଧେନ୍ଦୁ ଦାସଙ୍କୁ ଗିରଫ କରିଛି ଓଡ଼ିଶା କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲ୍ୟୁ)। ଠକେଇ ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି। ବୁଧବାର ବିଳମ୍ବିତ ରାତିରେ ନୟାଗଡ଼ ଜିଲ୍ଲା ଓଡ଼ଗାଁରୁ ଅର୍ଦ୍ଧେନ୍ଦୁ ଦାସଙ୍କୁ ଗିରଫ କରାଯାଇଥିବା ଇଓଡବ୍ଲ୍ୟୁ ଏସପି ସୂଚନା ଦେଇଛନ୍ତି। ଅର୍ଦ୍ଧେନ୍ଦୁ ଦାସଙ୍କ ବିରୋଧରେ ପ୍ରାୟ ୧ କୋଟି ଟଙ୍କାର ଠକେଇ ଅଭିଯୋଗ ରହିଛି।

ଅର୍ଦ୍ଧେନ୍ଦୁ ଦାସଙ୍କୁ ଗିରଫ କରିବା ପୂର୍ବରୁ ବୁଧବାର ଦିନ ବଡ଼ ଖବର କାର୍ଯ୍ୟାଳୟରେ ମାରାଥନ ଚଢ଼ାଉ କରିଥିଲା ଇଓଡବ୍ଲ୍ୟୁର ୬ ଜଣିଆ ଟିମ୍। ଇଓଡବ୍ଲ୍ୟୁ ଓ କମିଶନରେଟ ପୋଲିସରେ ଅର୍ଦ୍ଧେନ୍ଦୁ ଦାସଙ୍କ ବିରୋଧରେ ୪ଟି ମାମଲା ରହିଛି।

ଗତ ୨୩ ତାରିଖରେ ଅର୍ଦ୍ଧେନ୍ଦୁ ଦାସଙ୍କ ନାମରେ ଠକେଇ ଅଭିଯୋଗ ଆସିଥିଲା। ଦିଲ୍ଲୀର ସଲ୍ୟୁସନ୍‌ ବ୍ରଡକାଷ୍ଟ ସଂସ୍ଥା ପକ୍ଷରୁ ଇଓଡବ୍ଲ୍ୟୁରେ ଅଭିଯୋଗ କରାଯାଇଥିଲା। ଠକେଇ ବାବଦରେ ଖୋଳତାଡ଼ ପାଇଁ ଅର୍ଦ୍ଧେନ୍ଦୁଙ୍କୁ ନୋଟିସ କରିଥିଲା ଇଓଡବ୍ଲ୍ୟୁ। ଦୁଇ ଦୁଇ ଥର  ନୋଟିସ ପରେ ମଧ୍ୟ ହାଜର ହୋଇନଥିଲେ ଅର୍ଦ୍ଧେନ୍ଦୁ। ଏହାକୁ ନେଇ ଗତ ମଙ୍ଗଳବାର ଇଓଡବ୍ଲ୍ୟୁ ଅର୍ଦ୍ଧେନ୍ଦୁଙ୍କ ଜାଗମରା ଘରେ ଚଢ଼ାଉ କରିଥିଲା। ୨୯ ତାରିଖ ରାତିରେ ତାଙ୍କୁ ଗିରଫ କରାଯାଇଛି।

ଏହି ଅଭିଯୋଗ ସମ୍ପର୍କରେ ଅର୍ଦ୍ଧେନ୍ଦୁ ଦାସ ନିଜ ଫେସବୁକ ଆକାଉଣ୍ଟରେ ଏକ ଭିଡିଓ ପୋଷ୍ଟ କରି କହିଛନ୍ତି, “ଇଓଡବ୍ଲୁଠାରୁ ମୁଁ ସମନ ପାଇଥିଲି। ତେବେ ମୁଁ ବାହାରେ ଥିବାରୁ ରଥଯାତ୍ରା ପରେ ବ୍ୟକ୍ତିଗତ ଭାବେ ହାଜର ହେବି ବୋଲି ମୋ’ ଓକିଲଙ୍କ ଜରିଆରେ ଚିଠି ଲେଖି ଇଡବ୍ଲ୍ୟୁଓ ଅଧିକାରୀଙ୍କୁ ଜଣାଇଥିଲି। ଏହା ସତ୍ତ୍ୱେ ଇଓଡବ୍ଲ୍ୟୁ ମୋ ଘରେ ରେଡ୍ କରିବା ଆଶ୍ଚର୍ଯ୍ୟଜନକ।’’

ଅର୍ଦ୍ଧେନ୍ଦୁ ଦାସଙ୍କୁ ଇଓଡବ୍ଲ୍ୟୁ ଗିରଫ କରିବା ପରେ ବିଭିନ୍ନ ରାଜନୈତିକ ଦାଳ ନେତା ଏହାକୁ ଘୋର ନିନ୍ଦା କରିବା ସହ ସତ କହିବାରୁ ମିଛ କେସରେ ଫସାଇ ଶ୍ଵାସରୁଦ୍ଧ କରାଯାଉଥିବା ନିଜ ପ୍ରତିକ୍ରିୟାରେ କହିଛନ୍ତି।

ଗଗନଦୀପଙ୍କ ବ୍ୟତୀତ କଟକର ବ୍ୟବସାୟୀ ନିସିତ ଅଗ୍ରଓ୍ଵାଲ ମଧ୍ୟ ଅର୍ଦ୍ଧେନ୍ଦୁ ଦାସଙ୍କ ବିରୋଧରେ ପୁରୀଘାଟ ଥାନାରେ ଠକେଇ ଅଭିଯୋଗ କରିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ, ଅର୍ଦ୍ଧେନ୍ଦୁ ଦାସ ତାଙ୍କଠାରୁ ୧୧ ଲକ୍ଷ ଟଙ୍କାର ଆସବାବପତ୍ର କୟ୍ର କରି ବାକି ରହିଥିବା ୬ ଲକ୍ଷ ୬୦ ହଜାର ଟଙ୍କା ଦେଉନାହାନ୍ତି। ତେବେ ସମସ୍ତ ଅଭିଯୋଗକୁ ମିଥ୍ୟା ବୋଲି କହିଛନ୍ତି ଅର୍ଦ୍ଧେନ୍ଦୁ ଦାସ।

Tags: #ArdhenduDas #FroudCase #EOW #CrimeBranch

Comment