ଓଡ଼ିଶାଲାଇଭ୍ ବ୍ୟୁରୋ

(କିଶୋର ମହାପାତ୍ର, ନୟାଗଡ଼ (ରୁରାଲ) ପ୍ରତିନିଧି): ଦିନକ ପରେ ବଡ଼ଠାକୁରଙ୍କର ବାହୁଡ଼ା ଯାତ୍ରା। ଆଜି ନବମୀ ତିଥି। ଆଡ଼ପ ମଣ୍ଡପରେ ଚାଲିଛି ଚତୁର୍ଦ୍ଧା ମୂର୍ତ୍ତିଙ୍କର ଅନ୍ତିମ ଦର୍ଶନ। ତିନିଠାକୁରଙ୍କ ଦର୍ଶନ ନିମନ୍ତେ ନୟାଗଡ଼ ଜିଲ୍ଲାରେ ସମାଗମ ହୋଇଛନ୍ତି ହଜାର ହଜାର ଭକ୍ତ। ଆଡ଼ପ ମଣ୍ଡପରେ ବଡ଼ଠାକୁରଙ୍କ ଚଳିତ ବର୍ଷର ଅନ୍ତିମ ଦର୍ଶନ ନିମନ୍ତେ ନୟାଗଡ଼ ସମେତ ଆଖପାଖ ଅଞ୍ଚଳର ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଛି।

ଆଜି ଚତୁର୍ଦ୍ଧା ମୂର୍ତ୍ତିଙ୍କ ନବମୀ ଦର୍ଶନ ପାଇଁ ପ୍ରବଳ ଭିଡ଼କୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଶୃଙ୍ଖଳିତ ଭାବେ ଠାକୁରଙ୍କ ଦର୍ଶନ କରିବା ନିମନ୍ତେ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଛି। ଆଜି ସନ୍ଧ୍ୟା ଦର୍ଶନ ପରେ ଚତୁର୍ଦ୍ଧା ମୂର୍ତ୍ତି ଜଗନ୍ନାଥ ମନ୍ଦିରକୁ ବାହୁଡ଼ିବା ପାଇଁ ସମସ୍ତ ନୀତିକାନ୍ତି କରାଯିବ। ପରମ୍ପରା ଅନୁଯାୟୀ ତିନି ରଥକୁ ଅଧା ରାସ୍ତାରେ ରଖାଯାଇ ଏକାଦଶୀ ପର୍ବ ପାଳନ କରାଯିବ।

ଏକାଦଶୀ ଅବସରରେ ବଡ଼ଠାକୁର ଭକ୍ତମାନଙ୍କୁ ସୁନାବେଶରେ ଦର୍ଶନ ଦେବେ। ସୁନାବେଶ ଅବସରରେ ଭଜନ ସମାରୋହ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏକାଦଶୀ ପରେ ରଥ ଟଣାଯାଇ ସିଂହଦ୍ଵାର ପାଖରେ ପହଞ୍ଚିବା ପରେ ଚତୁର୍ଦ୍ଧା ମୂର୍ତ୍ତି ମନ୍ଦିର ଭିତରକୁ ପ୍ରବେଶ କରିବେ। ମନ୍ଦିର ପ୍ରବେଶ ସମୟରେ ଲକ୍ଷ୍ମୀ ନାରାୟଣ ଭେଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।

Tags: #Culture #RathYatra #NavamiDarshan #AdapaMandap #NayagarhRathYatra

Comment