ଓଡ଼ିଶାଲାଇଭ୍ ବ୍ୟୁରୋ

ସପ୍ତମ ବେତନ କମିଶନ ସୁପାରିଶ ଭିତ୍ତିରେ ରାଜ୍ୟ ସରକାର ସରକାରୀ କର୍ମଚାରୀମାନଙ୍କ ପାଇଁ ଗୃହ ନିର୍ମାଣ ଋଣ ସହାୟତା ରାଶି ବୃଦ୍ଧି କରିଛନ୍ତି। ଏବେ ଗୃହ ନିର୍ମାଣ ସହାୟତା ରାଶି ୨୫ ଲକ୍ଷ ଟଙ୍କାରୁ ୪୦ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି। ସୁଧ ହାର ପରିମାଣ ମଧ୍ୟ ହ୍ରାସ କରାଯାଇ ୮ ପ୍ରତିଶତ ରଖାଯାଇଛି। ଏହି ଋଣ ଦୁଇଟି ପର୍ଯ୍ୟାୟରେ କର୍ମଚାରୀମାନଙ୍କୁ ପ୍ରଦାନ କରାଯିବ।

ପୂର୍ବରୁ ୨୦୧୦ ମସିହାରେ ଲାଗୁ କରାଯାଇଥିବା ଗୃହ ନିର୍ମାଣ ଋଣ ସହାୟତା ରାଶି ୨୫ ଲକ୍ଷ ଟଙ୍କା ରହିଥିବାବେଳେ ସୁଧହାର ରହିଥିଲା ୧୧.୫ ପ୍ରତିଶତ।

ବର୍ତ୍ତମାନ ଗୃହ ନିର୍ମାଣ ଋଣ ସହାୟତା ରାଶି ୪୦ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଥିବାବେଳେ ସୁଧହାର ମଧ୍ୟ ହ୍ରାସ ପାଇଛି। ଜାତୀୟ ପେନ୍ସନ ସ୍କିମ୍ ଅଧୀନସ୍ଥ କର୍ମଚାରୀଙ୍କ ସହିତ ସମସ୍ତ ସ୍ଥାୟୀ ସରକାରୀ କର୍ମଚାରୀ ଏହି ସୁବିଧା ପାଇପାରିବେ।

Tags: #Govt #StateGovt #CMOdisha #HomeLoan #GovtEmployee

Comment