ଓଡ଼ିଶାଲାଇଭ୍ ବ୍ୟୁରୋ

ଜୀବ ବିଜ୍ଞାନ ବା ଇନଷ୍ଟିଚ୍ୟୁଟ ଅଫ୍ ଲାଇଫ୍ ସାଇନ୍ସ (ଆଇଏଲଏସ) ଭୁବନେଶ୍ଵରର ନିର୍ଦ୍ଦେଶକ ପ୍ରଦ୍ମଶ୍ରୀ ଡକ୍ଟର ଅଜୟ ପରିଡ଼ାଙ୍କର ହୃଦଘାତରେ ଦେହାନ୍ତ ହୋଇଛି। ଅଜୟ ପରିଡ଼ା ଗୌହାଟୀକୁ ଏକ କନଫରେନ୍ସରେ ଯୋଗ ଦେବାକୁ ଯାଇଥିବାବେଳେ ତାଙ୍କର ଦେହାନ୍ତ ହୋଇଥିବା ଆଇଏଲଏସ ପକ୍ଷରୁ ସୂଚନା ଦିଆଯାଇଛି।

ଡକ୍ଟର ଅଜୟ ପରିଡ଼ା ଆଇଏଲଏସ ପ୍ରତିଷ୍ଠା ହେବା ଦିନଠାରୁ ନିର୍ଦ୍ଦେଶକ ଦାୟିତ୍ଵରେ ଥିଲେ। ବିଜ୍ଞାନ ଏବଂ କୃଷି କ୍ଷେତ୍ରକୁ ଅତୁଳନୀୟ ଅବଦାନ ପାଇଁ ତାଙ୍କୁ ୨୦୧୪ ମସିହାରେ ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ କରାଯାଇଥିଲା। ସେ ଗୌହାଟୀକୁ ଏକ କନଫରେନ୍ସରେ ଯୋଗଦେବାକୁ ଯାଇଥିଲେ। କିନ୍ତୁ କନଫରେନ୍ସରେ ଯୋଗଦେବା ପୂର୍ବରୁ ତାଙ୍କର ହୃଦଘାତରେ ମୃତ୍ୟୁ ହୋଇଥିଲା। ମୃତ୍ୟୁ ବେଳକୁ ତାଙ୍କୁ ୫୮ ବର୍ଷ ବୟସ ହୋଇଥିଲା।

କୋଭିଡ ସମ୍ପର୍କରେ ଡାକ୍ତର ଅଜୟ ପରିଡ଼ା ରାଜ୍ୟ ସରକାରଙ୍କୁ ସୂଚନା ଦେବା ସହ କୋଭିଡର ବିଭିନ୍ନ ଭ୍ୟାରିଏଣ୍ଟ ସମ୍ପର୍କରେ ଅବଗତ କରାଉଥିଲେ। ଜିନମ ସିକୁଏନ୍ସିଂ ସହ ବହୁ ଗବେଷଣା ଦାୟିତ୍ଵ ତୁଲାଉଥିଲେ ସେ। କୋଭିଡ ମହାମାରୀ ସମୟରେ ଲୋକଙ୍କୁ ପରାମର୍ଶ ଦେଉଥିଲେ। ତାଙ୍କ ବିୟୋଗ ଓଡ଼ିଶା ପାଇଁ ଅପୂରଣୀୟ କ୍ଷତି।

Tags: #DrAjayParida #HeartAttack #Death #ILSDirector

Comment