ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଆ ଟେଲି ଅଭିନେତ୍ରୀ ରାଜେଶ୍ୱରୀ ରାୟ ମହାପାତ୍ରଙ୍କ ପରଲୋକ ଘଟିଛିା ବୁଧବାର ବିଳମ୍ବିତ ରାତିରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲ୍‌ରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କର ବିୟୋଗରେ ପୂରା ଟେଲି ଜଗତ ସ୍ତବ୍ଧ ହୋଇଯାଇଛି।

ବାଲେଶ୍ୱରରେ ଜନ୍ମିତ ରାଜେଶ୍ୱରୀ ପ୍ରଥମେ ଆଙ୍କରିଂ ଜରିଆରେ ଗ୍ଲାମର ଦୁନିଆକୁ  ପ୍ରବେଶ କରିଥିଲେ। କିନ୍ତୁ ଲେଡି ଭିଲେନ୍‌ ଭାବେ ସେ ଧାରାବାହିକରେ ହିଁ ବିଶେଷ ଲୋକପ୍ରିୟତା ହାସଲ କରିଛନ୍ତି। ରାଜେଶ୍ୱରୀଙ୍କୁ କେତୋଟି ଚଳଚ୍ଚିତ୍ରରେ ବି ଦେଖିବାକୁ ମିଳିଛି । ତାଙ୍କ ପ୍ରଥମ ଚଳଚ୍ଚିତ୍ର ହେଉଛି ‘ସତ୍ୟମେବ ଜୟତେ’। ତା’ପରେ ସେ ‘ଆରେ ସାଥୀ ଆ’, ‘ବ୍ଲାକ୍‌ମେଲ୍‌’ ଭଳି ଫିଲ୍ମରେ ବି ସେ ନଜର ଆସିଛନ୍ତି। ତାଙ୍କର ଉଲ୍ଲେଖନୀୟ ଧାରାବାହିକଗୁଡ଼ିକ ଭିତରେ ରହିଛି ‘ବସୁନ୍ଧରା’, ‘ସଂସ୍କାର’, ‘ସ୍ୱାଭିମାନ’, ‘ଦେବୀ’, ‘କୁମ୍‌କୁମ୍‌’।

୨୦୧୯ରେ ରାଜେଶ୍ୱରୀ ଫେସ୍‌ବୁକ୍‌ ଆକାଉଣ୍ଟରେ ପୋଷ୍ଟ କରି ଜଣାଇଥିଲେ ଯେ ସେ ମସ୍ତିଷ୍କ ଓ ଫୁସ୍‌ଫୁସ୍‌ କ୍ୟାନ୍‌ସରରେ ପୀଡ଼ିତ ଅଛନ୍ତି। ସେତେବେଳେକୁ ସେ କ୍ୟାନ୍‌ସରର ଚତୁର୍ଥ ଷ୍ଟେଜ୍‌ରେ ଥିଲେ।

ରାଜେଶ୍ୱରୀ ଲୋକପ୍ରିୟ ସିରିଏଲ ‘ଉଆଁସୀ କନ୍ୟା’ରେ ଖଳନାୟିକା ଅଳକା ଭୂମିକା ନିଭାଇଥିଲେ। ସେହିପରି ଅନ୍ୟ ଏକ ଲୋକପ୍ରିୟ ସିରିଏଲ ‘ତୋ ପାଇଁ ମୁଁ’ ସିରିଏଲ୍‌ରେ ତାରା ପଟ୍ଟନାୟକ ଚରିତ୍ରରେ ଅଭିନୟ କରି ସେ ଖୁବ୍‌ ଲୋକପ୍ରିୟତା ହାସଲ କରିଥିଲେ।

Comment