ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜି ପ୍ରକାଶ ପାଇବ ଯୁକ୍ତ ୨ ବିଜ୍ଞାନ ଏବଂ ବାଣିଜ୍ୟ ପରୀକ୍ଷା ଫଳ। ଅପରାହ୍ଣ ୪ଟାରେ ପରୀକ୍ଷା ଫଳ ପ୍ରକାଶ କରାଯିବ ବୋଲି ବିଦ୍ୟାଳୟ ଏବଂ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି। ଅନଲାଇନରେ ପରୀକ୍ଷା ଫଳାଫଳ ପ୍ରକାଶ ପାଇବ।

ଯୁକ୍ତ ୨ ବିଜ୍ଞାନ ଏବଂ ବାଣିଜ୍ୟ ଛାତ୍ରଛାତ୍ରୀ ଓ୍ଵେବସାଇଟ୍ରୁ ପରୀକ୍ଷା ଫଳ ପାଇପାରିବେ। ପରୀକ୍ଷା ଫଳାଫଳ ଜାଣିବା ପାଇଁ ରହିଥିବା ଓ୍ଵେବସାଇଟ୍ ହେଉଛି www.orrisaresult.nic.in। ଏହା ସହିତ ପରୀକ୍ଷା ଫଳ କଲେଜରେ ମଧ୍ୟ ଉପଲବ୍ଧ ହେବ।

ଚଳିତ ବର୍ଷ ଠିକ୍ ସମୟରେ ଯୁକ୍ତ ୨ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ପରୀକ୍ଷା ପରିଚାଳନା ସୂଚାରୁ ରୂପେ ହେବା ସହ ଠିକ୍ ସମୟରେ ପରୀକ୍ଷା ଖାତା ଦେଖା କାର୍ଯ୍ୟ ହୋଇଛି। ଜୁଲାଇ ମାସ ଶେଷ ସପ୍ତାହରେ ଯୁକ୍ତ ୨ ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ପୂର୍ବରୁ ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଥିଲେ।

ଯୁକ୍ତ ୨ ବିଜ୍ଞାନ ଏବଂ ବାଣିଜ୍ୟ ପରୀକ୍ଷା ଫଳାଫଳ ପ୍ରକାଶ ପାଇବାର ଏକ ସପ୍ତାହ ମଧ୍ୟରେ ଯୁକ୍ତ ୨ କଳା ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ବିଦ୍ୟାଳୟ ଏବଂ ଗଣଶିକ୍ଷା ମନ୍ତ୍ରୀ ସୀମର ରଞ୍ଜନ ଦାଶ ସୂଚନା ଦେଇଛନ୍ତି।

ପ୍ରତିବର୍ଷ ପରି ଚଳିତଥର ମଧ୍ୟ ବିଜ୍ଞାନ ଓ ବାଣିଜ୍ୟର ସମସ୍ତ ଉତ୍ତର ଖାତା ଇ-ମୂଲ୍ୟାୟନ କରାଯାଇଛି। ମୂଲ୍ୟାୟନରେ ସ୍ୱଚ୍ଛତା ବଜାୟ ରଖିବା ଲାଗି ପ୍ରତି କେନ୍ଦ୍ରରେ ସିସିଟିଭି ଲଗାଯାଇଥିଲା। ପରୀକ୍ଷା ଖାତା ଦେଖିବା ପାଇଁ ନିଯୁକ୍ତ ହୋଇଥିଲେ ୧୨ ହଜାରରୁ ଅଧିକ ଅଧ୍ୟାପକ। ଚଳିତ ବର୍ଷ ରାଜ୍ୟର ୧,୧୩୩ଟି ପରୀକ୍ଷା କେନ୍ଦ୍ରରେ ୩ ଲକ୍ଷ ୨୧ ହଜାର ୫୦୮ ପରୀକ୍ଷାର୍ଥୀ ପରୀକ୍ଷା ଦେବାକୁ ପଞ୍ଜିକରଣ କରିଥିଲେ।

Tags; #Education #Examination #Result #+2 #Science #Commorce

Comment