ଓଡ଼ିଶାଲାଇଭ ବ୍ୟୁରୋ

ଦେଶର ବିଭିନ୍ନ ରାଜ୍ୟରେ ମଙ୍କିପକ୍ସ ସନ୍ଦିଗ୍ଧ ଚିହ୍ନଟ ହେବା ପରେ ରାଜ୍ୟ ସରକାର ଏହାର ମୁକାବିଲା ପାଇଁ ତତ୍ପରତା ପ୍ରକାଶ କରିଛନ୍ତି। ମଙ୍କିପକ୍ସ ସ୍ଥିତି ସମ୍ପର୍କରେ ଆଜି ଅପରାହ୍ଣରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ଅଧ୍ୟକ୍ଷତାରେ ବିଭିନ୍ନ ଅଧିକାରୀ ଏବଂ ବିଶେଜଷଜ୍ଞଙ୍କୁ ନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଖୁବ ଶୀଘ୍ର ଭୁବନେଶ୍ଵରର ଆରଏମଆରସିରେ ନମୁନା ପରୀକ୍ଷଣ କରାଯିବ ବୋଲି ଜଣାପଡ଼ିଛି।

ଦେଶର ବିଭିନ୍ନ ରାଜ୍ୟରେ ଚିହ୍ନଟ ହୋଇଥିବା ମଙ୍କିପକ୍ସ ରୋଗୀ ବିଦେଶରୁ ଫେରିଥିବା ଜଣାପଡ଼ିଛି। ତେଣୁ ବିଦେଶ ଫେରନ୍ତାଙ୍କ ଉପରେ ତୀକ୍ଷ୍ନ ନଜର ରଖାଯାଇଛି। କେନ୍ଦ୍ରକୁ ସେମାନଙ୍କ ତାଲିକା ମଗାଯାଇଛି ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ କହିଛନ୍ତି। ସେ କହିଛନ୍ତି ଓଡ଼ିଶାରେ ମଙ୍କିପକ୍ସ ପରୀକ୍ଷା ପାଇଁ କେନ୍ଦ୍ରକୁ କୁହାଯାଇଛି। ଏ ନେଇ ଶୀଘ୍ର କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ସେ ଆଲୋଚନା କରିବେ ବୋଲି କହିଛନ୍ତି।

ରାଜ୍ୟରେ ମଙ୍କିପକ୍ସର ମୁକାବିଲା ପାଇଁ ରାଜ୍ୟ ସରକାର ଆଗୁଆ ପ୍ରସ୍ତୁତ ରହିଛନ୍ତି। ପ୍ରତି ଜିଲ୍ଲାରେ ସଚେତନତା ସଷ୍ଟି କରିବା ସହ ସ୍ଥିତି ଉପରେ ନିଜର ରଖାଯାଇଛି। ମଙ୍କିପକ୍ସ ମୁକାବିଲା ନିମନ୍ତେ ପ୍ରତି ଜିଲ୍ଲାରୁ ୩ ଜଣଙ୍କୁ ତାଲିମ ଦିଆଯିବ ଏବଂ ଜଣେ ଲେଖାଏଁ ନୋଡାଲ ଅଫିସର ନିଯୁକ୍ତ ହେବେ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି।

ମଙ୍କିପକ୍ସକୁ ନେଇ ଭୟଭୀତ ନହେବା ପାଇଁ ପରାମର୍ଶ ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ। ସେ କହିଛନ୍ତି, ମଙ୍କିପକ୍ସ ମୁକାବିଲା ଲାଗି କଟକ ଏସିବିରେ ନୋଡାଲ ସେଣ୍ଟର ଖୋଲାଯାଇଛି। ଏଥିପାଇଁ ସଂକ୍ରମଣ ରୋଗ ବିଭାଗରେ ଦୁଇଟି ବେଡ ସହ ୨ଟି ଆଇସୋଲେସନ କ୍ୟାବିନ ପ୍ରସ୍ତୁତ ରଖାଯାଇଛି। ସେହିପରି ମେଡିସିନ ବିଭାଗ ଆଇସିୟୁରେ ୪ଟି ବେଡ ବ୍ୟବସ୍ଥା କରାଯାଇଛି।

କେନ୍ଦ୍ର ପକ୍ଷରୁ ଜାରି କରାଯାଇଥିବା ଗାଇଡଲାଇନ ସମସ୍ତ ଜିଲ୍ଲାର ଜିଲ୍ଲାପ୍ରଶାସନ ଏବଂ ସ୍ୱାସ୍ଥ୍ୟ ବିଭାଗକୁ ଦିଆଯାଇଛି। ସତର୍କ ରହିବା ସହ ଗାଇନଲାଇନ ମାନିବାକୁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି।

ଏହା ସହିତ ଏସ୍‌ସିବି ମେଡିକାଲ କଲେଜରେ ବିଶେଷଜ୍ଞମାନଙ୍କୁ ନେଇ ଏକ କମିଟି ଗଠନ କରାଯାଇଛି। ପ୍ରତ୍ୟେକ ଜିଲ୍ଲାରୁ ମେଡିସିନ୍, ପେଡିଆଟ୍ରିକ୍, ସ୍କ୍ରିନ୍ ଆଣ୍ଡ୍ ଭିଡି ଡକ୍ଟର ଏବଂ ଏଡସ୍ କଣ୍ଟ୍ରୋଲ ସୋସାଇଟି ଅଧିନସ୍ଥ ସମସ୍ତ ଜିଲ୍ଲାସ୍ତରର ଅଧିକାରୀଙ୍କୁ ମଙ୍କିପକ୍ସ ସମ୍ବନ୍ଧୀତ ତାଲିମ ପ୍ରଦାନ କରାଯିବ ସୂଚନା ମିଳିଛି।

Tags: #Health #Awareness #Monkeypox #ReviewMeeting #HealthMinister #NabaKishorDas

LEAVE A REPLY

Please enter your comment!
Please enter your name here