ଓଡ଼ିଶାଲାଇଭ୍ ବ୍ୟୁରୋ

ଡିଜିଟାଲ ସ୍ଵାସ୍ଥ୍ୟ ପ୍ଲାଟଫର୍ମ ସ୍ଵାସ୍ଥ୍ୟପ୍ଲସ୍ ଓଡ଼ିଆକୁ ଡାଏଟିସିଆନ ସୁଶ୍ରୀ ତପସ୍ଵିନୀ ଦାସ ଦେଇଥିବା ସାକ୍ଷାତକାରକୁ ଆଧାର କରି ପ୍ରସ୍ତୁତ ରିପୋର୍ଟ।

ଗୋଟିଏ ମା’ ପାଇଁ ସ୍ତନ୍ୟପାନ ସମୟ ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ ହୋଇଥାଏ। ସ୍ତନ୍ୟପାନ ସମୟରେ ମା’କୁ ନିଜର ଖାଦ୍ୟପେୟ ଉପରେ ବିଶେଷ ଧ୍ୟାନ ଦେବାକୁ ପଡ଼ିଥାଏ। ଖାଦ୍ୟପେୟ ଅନିୟମିତତା ଦ୍ଵାରା ଉଭୟ ମା’ ଏବଂ ପିଲାଙ୍କୁ ବିଭିନ୍ନ ସମସ୍ୟା ଭୋଗିବାକୁ ପଡ଼ିଥାଏ। ଏହି ସମୟରେ ଜଣେ ମା’ କ’ଣ ଖାଇବେ, କ’ଣ ଖାଇବେ ନାହିଁ ଏବଂ କେଉଁ ସବୁ ଦିଗ ପ୍ରତି ଧ୍ୟାନ ଦେବେ ସେ ସମ୍ପର୍କରେ ଏହି ରିପୋର୍ଟରୁ ଜାଣନ୍ତୁ।

ସ୍ତନ୍ୟପାନ କରାଉଥିବା ମା’ଙ୍କୁ ପ୍ରଚୁର ପୋଷଣଯୁକ୍ତ ଖାଦ୍ୟ ଆବଶ୍ୟକ

ଶିଶୁକୁ ସ୍ତନ୍ୟପାନ କରାଉଥିବା ମାଆ ପାଇଁ ଦୁଇଟି ପୋଷଣର ଆବଶ୍ୟକତା ପଡ଼ିଥାଏ। କାରଣ ମାଆ ଯାହା ଖାଏ କ୍ଷୀର ଦ୍ଵାରା ଛୁଆ ଦେହକୁ ଯାଇଥାଏ। ସ୍ତନ୍ୟପାନ କରୁଥିବା ମା’ର ଯତ୍ନ ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ। ଏହି ସମୟରେ ମା’କୁ ପ୍ରଚୁର ପ୍ରରିମାଣରେ ପୁଷ୍ଟିକର ଖାଦ୍ୟର ଆବଶ୍ୟକତା ରହିଛି। ଏହି ସମୟ ମଧ୍ୟରେ ମା’କୁ ଯେତିକି ପୋଷଣର ଆବଶ୍ୟକ ଥାଏ ଛୁଆକୁ ମଧ୍ୟ ସେତିକି ଦରକାର ହୋଇଥାଏ। କାରଣ ଛୁଆ ଜନ୍ମ ହେବାର ୬ ମାସ ପର୍ଯ୍ୟନ୍ତ ତାକୁ ବାହାରର କୌଣସି ଖାଦ୍ୟ ଦିଆଯାଇ ନଥାଏ। କେବଳ ମା’ କ୍ଷୀର ଉପରେ ଶିଶୁକୁ ନିର୍ଭର କରିବାକୁ ପଡ଼ିଥାଏ।

ଯଥେଷ୍ଟ ପରିମାଣରେ ପୁଷ୍ଟିକର ଖାଦ୍ୟ ଖାଇବା ଦ୍ଵାରା ଉଭୟ ଛୁଆ ଏବଂ ମା’କୁ ସମାନ ପରିମାଣର ପୋଷଣ ମିଳିପାରିବ। ଛଅମାସ ପୂର୍ବରୁ ଶିଶୁର ହଜମ କରିବା ଶକ୍ତି ଆସିନଥାଏ। ୬ମାସ ପୂର୍ବରୁ ଶିଶୁକୁ ବାହାର ଖାଦ୍ୟ ଦେବା ଦ୍ଵାରା ହଜମ ହୋଇନଥାଏ। ପେଟରେ ଗ୍ୟାସ ସମସ୍ୟା ଦେଖା ଦେବା ସହ ସହ ଝାଡ଼ା ଓ ବାନ୍ତି ହେବାର ସମ୍ଭାବନା ରହିଛି। ଏପରିକି ଶିଶୁକୁ ୬ ମାସ ପର୍ଯ୍ୟନ୍ତ ବାହାରର ପାଣି ମଧ୍ୟ ପିଇବାକୁ ଦେବା କଥା ନୁହେଁ।Food high in protein close-upଶିଶୁଟି ୬ମାସ ପର୍ଯ୍ୟନ୍ତ ମା’ କ୍ଷୀର ଉପରେ ସମ୍ପୂର୍ଣ୍ଣ ନିର୍ଭର କରୁଥିବାରୁ ମା’ର ସ୍ଵାସ୍ଥ୍ୟାବସ୍ଥା ଯେମିତି ରହିବ ତାହାର ପ୍ରଭାବ ଶିଶୁ ଉପରେ ପଡ଼ିବ। ଏହି ସମୟ ମଧ୍ୟରେ ମାଆକୁ ପ୍ରୋଟିନଯୁକ୍ତ ଖାଦ୍ୟ ଖାଇବାକୁ ପଡ଼ିବ। କାରଣ ଧୀରେ ଧୀରେ ଶିଶୁଟିର ବୟସ ବଢ଼ିବା ସହ ତାର ଖାଦ୍ୟର ଆବଶ୍ୟକତା ବଢ଼ିବ। ମାଆ ଖାଇଲେ କ୍ଷୀର ସହ ପ୍ରୋଟିନ ଶିଶୁକୁ ମିଳିବ। ଛୁଆର ଦାନ୍ତ, ଚୁଟି ଏବଂ ହାଡ ମଜବୁତ ହେବା ପାଇଁ ଗୋଟିଏ ମା’କୁ ହାଇପ୍ରୋଟିନ ଯୁକ୍ତ ଖାଦ୍ୟ ଖାଇବାକୁ ପଡ଼ିବ। ଏହା ସହ ମା’କୁ ଆବଶ୍ୟକ ଅନୁଯାୟୀ କ୍ୟାଲସିୟମ, ଫସରଫରସ ଓ ମ୍ୟାଗ୍ନେସିୟମ ନେବାକୁ ପଡ଼ିବ। ପିଲାର ଭଲ ହିମୋଗ୍ଲୋବିନ ଭଲ ରକ୍ତ ହେବା ପାଇଁ ମାଆକୁ ଆଇରନ, ଫଲିକ୍, ଭିଟାମିନ ବି ୧୨ ଖାଇବାକୁ ପଡ଼ିବ।

ଯଥେଷ୍ଟ ପରିମାରେ କ୍ଷୀର ହେବା ପାଇଁ ମା’ ଶରୀରରେ ଯଥେଷ୍ଟ ପାରିମାଣରେ ଜଳିୟ ଅଂଶ ରହିବା ଦରକାର। ଏଥିପାଇଁ ମା’କୁ ପ୍ରତି ଘଣ୍ଟାଏ ବ୍ୟବଧାନରେ ଗୋଟେ ଗ୍ଲାସ ଲେଖାଏଁ ପାଣି ପିଇବାକୁ ପଡ଼ିବ। ମା’ ଶରୀରରେ ଜଳିୟ ଅଂଶ ଠିକ୍ ରହିଲେ ପିଲାର ଜଳିୟ ଅଂଶ ଅଭାବ ହେବ ନାହିଁ।ସ୍ତନ୍ୟପାନ କରାଉଥିବା ମା’ କ’ଣ ଖାଇବେ, କ’ଣ ଖାଇବେ ନାହିଁ?

ଆବଶ୍ୟକ ଅନୁସାରେ ସାଗୁ, ବାର୍ଲି, ପାଳୁଅଗୁଣ୍ଡ କ୍ଷୀରି କରି ଖାଇବା ଦ୍ଵାରା ଅଧିକ ପରିମାଣରେ କ୍ଷୀର ହୋଇଥାଏ। ଏହି ସମୟରେ ମା’ମାନେ ଚୂଡା କ୍ଷୀରୀ କରି ଖାଇପାବେ। ଖାଦ୍ୟ ପ୍ରସ୍ତୁତ ସମୟରେ ଅଦା ଏବଂ ତେଜପତ୍ର ବ୍ୟବହାର କରିପାରିବେ। ଏହିପରି ଖାଦ୍ୟ ମାଆର ସହଜରେ ହଜମ ହୋଇଥାଏ। ମାଆ ଖାଦ୍ୟପେୟ ହିସାବରେ ଛୁଆର ହଜମ ହୋଇଥାଏ। ଅଟା ଚକୁଳି, ଜନ୍ତା ରୁଟି, ଚାଉଳ ଚକୁଳି ଏହି ସମୟରେ ଖାଇପାରିବେ। ଯଥେଷ୍ଟ ପରିମାଣରେ ପନିପରିବା ସନ୍ତୁଳା, ସିଝା ଅଣ୍ଡା, ଚୂନାମାଛ, ବଡ଼ମାଛ ମୁଣ୍ଡ ଖାଇପାରିବେ। ମା’ର କ୍ଷୀର ହଜମ ନହେଲେ କ୍ଷୀରିରେ କରି ଖାଇପାରିବେ। କ୍ଷୀରରୁ ଛେନା ପ୍ରସ୍ତୁତ କରି ମାଆମାନେ ଖାଇପାରିବେ। ଲାଉ, ଅମୃତଭଣ୍ଡା, ପାନମଧୁରୀ, ଜିରା ଆଦି ଖାଇପାରିବେ। ଏହା କ୍ଷୀର ବୃଦ୍ଧି କାରକ।ଏହି ସମୟରେ ଉଭୟ ମା’ ଏବଂ ଶିଶୁର ଆର୍ଲାଜି ସମ୍ଭାବନା ଥିବାରୁ ଅଣ୍ଡା କେସରକୁ ବାଦ୍ ଦେବା ଭଲ। ଚର୍ବିଯୁକ୍ତ ଖାଦ୍ୟ ଖାଇବେ ନାହିଁ। କାରଣ ଶିଶୁ ଚର୍ବିଯୁକ୍ତ ଖାଦ୍ୟ ହଜମ କରିପାରେନି। ସ୍ତନ୍ୟପାନ ସମୟ ପର୍ଯ୍ୟନ୍ତ ମାଆକୁ ଖାଦ୍ୟ ପେୟ ପ୍ରତି ଯଥେଷ୍ଟ ଧ୍ୟାନ ଦେବାକୁ ପଡିବ। ଭଲ ଭାବେ ହଜମ ହେବା ଭଳି ଖାଦ୍ୟ ଖାଇବାକୁ ପଡ଼ିବ। ତେଲମସଲା ଓ ଖଟାଠାରୁ ଯେତିକି ଦୂରେଇ ରହିବ ଉଭୟ ମା’ ଓ ଶିଶୁ ପାଇଁ ସେତିକି ଭଲ। ସ୍ତନ୍ୟପାନ ସମୟରେ ଖଟା ଦହି ଖାଇହେବ ନାହିଁ।

ସ୍ତନ୍ୟପାନ କରାଉଥିବା ମାଆମାନେ ରାଗ, ତେଲ, ମସଲା, ଖଟା, ଟାଣ ଖାଦ୍ୟ, ବାସୀଖାଦ୍ୟ, ଅତ୍ୟଧିକ ଲୁଣ, ଅତ୍ୟଧିକ ଚିନି ଖାଇବା କଥା ନୁହେଁ। ଏହା ସହଜରେ ହଜମ ହୋଇନଥାଏ। ମା’ କ୍ଷୀର ଖାଉଥିବା ଶିଶୁର ଖାଦ୍ୟ ହଜମ ହୋଇପାରେ ନାହିଁ। ଏହା ସହ ମୁଳା, କୋବି ଓ ମଟନ ଆଦି ଖାଇବା କଥା ନୁହେଁ।ମା’ ଥଣ୍ଡା ପିଇବା ପାରିବେ ନାହିଁ। ଥଣ୍ଡା ଖାଦ୍ୟ ଖାଇପାରିବେ ନାହିଁ। ଏହା ଦ୍ଵାରା ଛୁଆର କଫ ହେବା ସମ୍ଭାବନା ରହିଛି। ମାଆ ପରିଷ୍କାର ପରିଚ୍ଛନ୍ନ ରହିବା ଦରକାର। ନହେଲେ ଛୁଆକୁ ଇନଫେକ୍ସନ ହେବାର ଭୟ ରହିଛି।  ଛ’ମାସ ପରେ ଶିଶୁର ହଜମ ଶକ୍ତି ବଢ଼ିବା ସହ ରୋଗ ପ୍ରତିରୋଧକ ଶକ୍ତି ଧୀରେ ଧୀରେ ବଢ଼ିଥାଏ। ଏହି ସମୟରେ ଶିଶୁକୁ ବାହାର ଖାଦ୍ୟ ଦେବା ଆରମ୍ଭ କରାଯାଇଥାଏ। ସିଝା ପାଣି ଦେବା ସହ। ଅତ୍ୟଧିକ ସାବଧାନତା ଆପଣାଇବାକୁ ପଡ଼ିବ। କେବଳ ଏତିକି ନୁହେଁ ମା’ ଓ ଛୁଆଙ୍କୁ କଅଁଳିଆ ଖରା କିଛି ସମୟ ଆବଶ୍ୟକ ପଡ଼ିଥାଏ। ଏଥରୁ ଉଭୟଙ୍କୁ ଭିଟାମିନ ଡି ମିଳିଥାଏ, ଯାହା ଶିଶୁର ହାଡ଼ ମଜବୁତ କରିବାରେ ସହାୟକ ହୋଇଥାଏ।

Comment