ଓଡ଼ିଶାଲାଇଭ୍ ବ୍ୟୁରୋ

(ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ବ୍ଲକ ସଦର ମହକୁମା ସ୍ଥିତ ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟ ଛାତ୍ରୀନିବାସର ୪୧ ଜଣ ଛାତ୍ରୀ କୋଭିଡ ସଂକ୍ରମିତ ହୋଇଛନ୍ତି। ପର୍ଯ୍ୟାୟ କ୍ରମେ ୪୧ ଜଣ ଛାତ୍ରୀ ସଂକ୍ରମିତ ହୋଇଥିବା ଛାତ୍ରୀନିବାସ ପକ୍ଷରୁ ସୂଚନା ଦିଆଯାଇଛି।

କୋଭିଡ ସଂକ୍ରମିତ ଛାତ୍ରୀମାନଙ୍କୁ ସ୍ୱତନ୍ତ୍ର ପ୍ରକୋଷ୍ଠରେ ରଖି ଚିକିତ୍ସା ସେବା ଯୋଗାଇ ଦିଆଯାଉଛି ବୋଲି ଜିଲ୍ଲା ମଙ୍ଗଳ ଅଧିକାରୀ ଅଶୋକ ଶତପଥୀ ସୂଚନା ଦେଇଛନ୍ତି। ବୁଧବାର ଦିନ ଛାତ୍ରୀନିବସରେ କିଛି ଅନ୍ତେବାସୀଙ୍କ ସ୍ୱାସ୍ଥ୍ୟ ଖରାପ ହେବାରୁ ସେମାନଙ୍କୁ ସ୍ଥାନୀୟ ଚନ୍ଦ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା। ସେମାନଙ୍କ ରକ୍ତ ନମୁନା ପରୀକ୍ଷା ପରେ ୧୨ ଜଣ ଛାତ୍ରୀ କୋଭିଡ ସଂକ୍ରମିତ ହୋଇଥିବା ଜଣାପଡ଼ିଥିଲା।

ପରବର୍ତ୍ତୀ ପର୍ଯ୍ୟାୟରେ ଛାତ୍ରୀ ନିବସରେ ରହୁଥିବା ୧୫୧ ଜଣ ଛାତ୍ରୀଙ୍କର କୋଭିଡ ପରୀକ୍ଷା କରାଯାଇଥିଲା। ସେମାନଙ୍କ ମଧ୍ୟରୁ ମୋଟ ୨୯ ଜଣଙ୍କ ରିପୋର୍ଟ ପଜିଟିଭ୍ ଆସିଥିଲା। କୋଭିଡ ଆକ୍ରାନ୍ତ ଛାତ୍ରୀମାନଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ଜିଲ୍ଲା ମଙ୍ଗଳ ଅଧିକାରୀ ସୂଚନା ଦେଇଛନ୍ତି।

Tags: #Health #Education #Student #Covid #GirlsHostel #Rayagada

LEAVE A REPLY

Please enter your comment!
Please enter your name here