ଓଡ଼ିଶାଲାଇଭ୍ ବ୍ୟୁରୋ

ପୂର୍ବରୁ ଯୁକ୍ତ ୨ ବିଜ୍ଞାନ ଏବଂ ବାଣିଜ୍ୟ ଫଳ ପ୍ରକାଶ ପାଇଥିବାବେଳେ ଆସନ୍ତା ୮ ତାରିଖରେ ଯୁକ୍ତ ୨ କଳା ଏବଂ ଧନ୍ଦାମୂଳକ ପରୀକ୍ଷା ଫଳ ପ୍ରକାଶ ପାଇବ। ୮ ତାରିଖ ଅପରାହ୍ଣ ୪ଟାରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ପରୀକ୍ଷା ଫଳ ପ୍ରକାଶ କରାଯିବ। ଏ ନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଶନିବାର ଦିନ ସୂଚନା ଦିଆଯାଇଛି।

ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ବିଧିବଦ୍ଧ ଭାବେ ପରୀକ୍ଷା ଫଳ ଘୋଷଣା କରାଯିବା ପରେ ଏହା ଓ୍ଵେବସାଇଟ୍‌ରେ ଉପଲବ୍ଧ ହେବ। ଏଥିପାଇଁ www.odisharesults.nic.in ଓ୍ଵେବସାଇଟ୍‌ରେ ଛାତ୍ରଛାତ୍ରୀମାନେ ପରୀକ୍ଷା ଫଳ ପାଇପାରିବେ। ଏହା ସହିତ ନିଜ ନିଜ କଲେଜଗୁଡ଼ିକରୁ ମଧ୍ୟ ପରୀକ୍ଷା ଫଳାଫଳ ସମ୍ପର୍କରେ ଜାଣିହେବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି।

ଯୁକ୍ତି ୨ କଳା ଏବଂ ଧନ୍ଦାମୂଳକ ପରୀକ୍ଷା ଖାତା ଗତ ଜୁନ୍‌ ୨ ତାରିଖରୁ ଦେଖା ଆରମ୍ଭ ହୋଇଥିଲା। ୬୪ଟି ମୂଲ୍ୟାୟନ କେନ୍ଦ୍ରରେ ଅଫଲାଇନ୍‌ ମାଧ୍ୟମରେ ଏବଂ ୩୭ଟି ମୂଲ୍ୟାୟନ କେନ୍ଦ୍ରରେ ଅନଲାଇନ ଯୋଗେ ଫଳାଫଳ ମୂଲ୍ୟାୟନ କରାଯାଇଛି। ୨ଟି ପର୍ଯ୍ୟାୟରେ ଖାତା ଦେଖା ହୋଇଛି। ଜୁନ ୨ରୁ ୧୨ ତାରିଖ ପ୍ରଥମ ପର୍ଯ୍ୟାୟ ଖାତା ମୂଲ୍ୟାଳୟ କରାଯାଇଥିବାବେଳେ ଜୁନ ୧୩ ରୁ ଜୁନ ୨୨ ତାରିଖ ପର୍ଯ୍ୟନ୍ତ ଖାତା ଦେଖା ହୋଇଥିଲା।

ଏହା ପୂର୍ବରୁ ଗତ ଜୁଲାଇ ୨୭ ତାରିଖରେ ଯୁକ୍ତ ୨ ବିଜ୍ଞାନ ଏବଂ ବାଣିଜ୍ୟ ପରୀକ୍ଷା ଫଳାଫଳ ପ୍ରକାଶ ପାଇଥିଲା। ଅପରାହ୍ଣ ୪ଟାରେ ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ବିଧିବଦ୍ଧ ଭାବେ ପରୀକ୍ଷା ଫଳ ଘୋଷଣା କରିଥିଲେ ବିଦ୍ୟାଳୟ ଏବଂ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ। ଚଳିତ ବର୍ଷ ଯୁକ୍ତ ୨ ବିଜ୍ଞାନରେ ୯୪ ପ୍ରତିଶତ ଏବଂ ବାଣିଜ୍ୟରେ ୮୯ ପ୍ରତିଶତ ପାସହାର ହୋଇଥିବା ନେଇ ମନ୍ତ୍ରୀ ଘୋଷଣା କରିଥିଲେ।

Tags: #Education #Exam #+2Exam #Result #Arts

Comment