ଓଡ଼ିଶାଲାଇଭ୍ ବ୍ୟୁରୋ

କିଛି ଲୋକଙ୍କୁ ବର୍ଷା ଦିନରେ ବୁଲିବାରେ ଆନନ୍ଦ ମିଳେ। ସେଥିପାଇଁ କିଛି ପର୍ଯ୍ୟଟକ ବର୍ଷା ଆସିଲେ ଏମିତି କିଛି ସ୍ଥାନକୁ ବୁଲିବାକୁ ଚାହାନ୍ତି ଯେଉଁଠି ସେମାନେ ବର୍ଷାକୁ ଉପଭୋଗ କରିବା ସହିତ ପ୍ରକୃତିର ମଜା ନେଇପାରିବେ।

ଚେରାପୁଞ୍ଜି

ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ଚେରାପୁଞ୍ଜି ଭାରତର ଏକ ଏଭଳି ସ୍ଥାନ ଯେଉଁଠାରେ ଅଧିକ ମାତ୍ରାରେ ବର୍ଷା ହୋଇଥାଏ। ଖାସ କରି ବର୍ଷା ପ୍ରିୟ ଲୋକଙ୍କ ପାଇଁ ଏହା ଏକ ମନୋରମ ସ୍ଥାନ। ମେଘାଳୟର ଇଷ୍ଟ ଖାସି ହିଲ୍ସ ଜିଲ୍ଲା ଅନ୍ତର୍ଗତ ଏକ ଆକର୍ଷଣୀୟ ସ୍ଥାନ ହେଉଛି ଚେରାପୁଞ୍ଜି।  ଏହି ସ୍ଥାନକୁ ଅନେକ ପୃଥିବୀର ଏକ ଆର୍ଦ୍ରତାପୂର୍ଣ୍ଣ ସ୍ଥାନ ଭାବେ ଗଣନା କରନ୍ତି। ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ପାଇଁ ଏଠାରେ ପାହାଡ଼ି ଇଲାକା, ନୋହକାଲିକାଈ ଝରଣା, ସେଭେନ ସିଷ୍ଟର୍ସ ତଥା ଏକାଧିକ ଗୁମ୍ଫାର ସମ୍ଭାର ରହିଛି। ଖାସ ଏଥିପାଇଁ ଏଠାରେ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳେ।

 ମୌସିନ୍‌ରାମ

ବର୍ଷାରେ ଭିଜିବାକୁ ଭଲ ପାଉଥିବା ପର୍ଯ୍ୟଟକଙ୍କ ପାଇଁ ମୌସିନରାମ୍‌ ବି ଏକ ସୁନ୍ଦର ସ୍ଥାନ। ମେଘାଳୟର ଇଷ୍ଟ ଖାସି ହିଲ୍ସ ଜିଲ୍ଲାର ଏକ ଅନ୍ୟତମ ସ୍ଥାନ। ଚେରାପୁଞ୍ଜି ଭଳି ଏଠାରେ ବି ଅଧିକାଂଶ ସମୟରେ ବର୍ଷା ହୋଇଥାଏ।  ପ୍ରତିବର୍ଷ ଏଠାରେ ବାର୍ଷିକ ୧୧,୮୭୧ ମିମି ବର୍ଷା ହେଉଥିବା ରେକର୍ଡ ରହିଛି। ଏଠାକାର ଗୁମ୍ଫା ଓ ଝରଣା ପର୍ଯ୍ୟଟକଙ୍କ ପାଇଁ ଅନ୍ୟତମ ଆକର୍ଷଣ।

ଅମ୍ବୋଲି

ଦକ୍ଷିଣ ମହାରାଷ୍ଟ୍ରର ଅନ୍ୟ ଏକ ସୁନ୍ଦର ସ୍ଥାନ ହେଉଛି ଅମ୍ବୋଲି। ଏଠାକାର ବର୍ଷାକାଳୀନ ସୁନ୍ଦର ଦୃଶ୍ୟ ଦେଖିବାକୁ ପର୍ଯ୍ୟଟକଙ୍କ ଭିଡ଼ ଲାଗେ। ଏଠାକୁ ଆସୁଥିବା ଲୋକ ସ୍ଥାନୀୟ ଅମ୍ବୋଲି ଜଳପ୍ରପାତ, ମହାଦେବଗଡ଼, ହିରଣ୍ୟକେଶ୍ୱର ମନ୍ଦିର, ସନସେଟ୍‌ ପଏଣ୍ଟ, ନାନଗରତା ଜଳପ୍ରପାତ ଆଦି ବୁଲି ଦେଖିପାରିବେ।

କର୍ଜତ

ମହାରାଷ୍ଟ୍ରର ଅନ୍ୟ ଏକ ବର୍ଷାଦିନିଆ ପର୍ଯ୍ୟଟନସ୍ଥଳୀ ହେଉଛି କର୍ଜତ। ସବୁଜ ସୁନ୍ଦର ପରିବେଶ, ନଦୀ, ଝରଣା ପାଇଁ ଏହି ସ୍ଥାନକୁ ପ୍ରବଳ ପର୍ଯ୍ୟଟକ ଆସିଥାଆନ୍ତି। ବର୍ଷା ସାଙ୍ଗକୁ ଏଠାକାର ପାହାଡ଼, ପର୍ବତ ବି ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥାଏ। ଏହାଛଡ଼ା ଏଠାକାର କିଛି ଐତିହାସିକ ସ୍ଥାନ ପର୍ଯ୍ୟଟକଙ୍କୁ ଆକର୍ଷିତ କରେ। ସେଥିମଧ୍ୟରେ କୋଥଲିଗଡ଼ ଦୁର୍ଗ, ଉହ୍ଲାସ ଉପତ୍ୟକା, କୋଣ୍ଡାନା ଗୁମ୍ଫା, କୋଣ୍ଡେଶ୍ୱର ମନ୍ଦିର ଇତ୍ୟାଦି ଅନ୍ୟତମ।

Tags: #MonsoonDestination #Tourist Place #IndianToursim #Monsoon #Rainyday #ବର୍ଷାୠତୁ #ପର୍ଯ୍ୟଟନ

Comment