ଓଡ଼ିଶାଲାଇଭ୍ ବ୍ୟୁରୋ

କୋଭିଡ ମହାମାରୀକୁ ନେଇ ଲୋକଙ୍କ ମନରୁ ଡର ନଯାଉଣୁ ଏବେ ମଙ୍କିପକ୍ସକୁ ନେଇ ଚିନ୍ତା ବଢ଼ିଛି। ଆଜି ଦିଲ୍ଲୀରୁ ଆଉ ଜଣେ ମଙ୍କିପକ୍ସ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ବର୍ତ୍ତମାନ ଦେଶରେ ସଂକ୍ରମିତକଙ୍କ ସଂଖ୍ୟା ୧୦କୁ ବୃଦ୍ଧି ପାଇଛି। ମୋଟ ସଂକ୍ରମିତଙ୍କ ମଧ୍ୟରୁ ୫ ଜଣ ଦିଲ୍ଲୀର ରହିଛନ୍ତି।

ମଙ୍କିପକ୍ସ ସଂକ୍ରମିତ ଦିଲ୍ଲୀର ଲୋକନାୟକ ଜୟ ପ୍ରକାଶ (ଏଲ୍ଏନଜେପି) ହସ୍ପିଟାଲରେ ଚିକିତ୍ସାଧିନ ଅଛନ୍ତି। ସଂକ୍ରମିତ ମହିଳା ଗତମାସ ନାଇଜେରିଆ ଯାଇ ଫେରିଥିବା ନେଇ ସୂଚନା ଦେଇଛନ୍ତି ହସ୍ପିଟାଲ ଏମଡି ସୁରେଶ କୁମାର।

ଗତ ଜୁଲାଇ ୧୪ ତାରିଖରେ କେରଳରୁ ପ୍ରଥମ ମଙ୍କିପକ୍ସ ସଂକ୍ରମିତ ଚିହ୍ନଟ ହୋଇଥିଲେ। ଗୋଟିଏ ମାସରେ ଦେଶର ମୋଟ ୧୦ ଜଣ ଆକ୍ରାନ୍ତ ହୋଇଛନ୍ତି। ପୂର୍ବରୁ ମଙ୍କିପକ୍ସରେ ଆକ୍ରାନ୍ତ ହୋଇ କେରଳର ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି।

ବିଶେଷଜ୍ଞଙ୍କ ମତରେ ଜଣଙ୍କଠାରୁ ଅନ୍ୟଜଣଙ୍କୁ ଏହି ରୋଗ ବ୍ୟାପିବାର ସମ୍ଭାବନା ରହିଛି। ତେଣୁ ଏହି ରୋଗରେ ସଂକ୍ରମିତ ହେଲେ ନିଜକୁ ସଂଗରୋଧ କରାଇବାକୁ ସ୍ଵାସ୍ଥ୍ୟ ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି।

Tags: #Health #Monkeypox #Infaction #Delhi

Comment