ଓଡ଼ିଶାଲାଇଭ୍ ବ୍ୟୁରୋ

ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦରେ ଜଳସ୍ତର ବଢ଼ିବାରେ ଲାଗିଛି। ପୂର୍ବରୁ ୨୮ଟି ଗେଟ ଖୋଲିଥିବାବେଳେ ପୁଣି ଆଉ ୨ଟି ଗେଟ୍ ଖୋଲାଯାଇଛି। ବର୍ତ୍ତମାନ ମୋଟ ୩୦ଟି ଗେଟ ଦେଇ ଜଳ ନିଷ୍କାସିତ ହେଉଛି। ସେକେଣ୍ଡ ପିଛା ହୀରାକୁଦକୁ ୪ ଲକ୍ଷ ୬୪ ହଜାର କ୍ୟୁସେକ ପାଣି ପ୍ରବେଶ କରୁଛି। ଏହାକୁ ଦେଖି ଗେଟ୍ ଖୋଲାଯାଇଥିବା ଜଳ ସମ୍ପଦ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ମହାନଦୀ ସହ ବୈତରଣୀ ଏବଂ ଜଳକା ନଦୀରେ ମଧ୍ୟ ଜଳସ୍ତର ବଢ଼ିବାକୁ ଲାଗିଛି। ଏହି ତିନି ନଦୀର ସ୍ଥିତି ଉପରେ ନଜର ରଖାଯାଇଛି। ଜଳସ୍ତର ବଢ଼ୁଥିବାରୁ ଦୀରକୁଦର ଗୋଟିଏ ପରେ ଗୋଟିଏ ଗେଟ ଖୋଲିବାକୁ ଲାଗିଛି। ଫଳରେ ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା ବଢ଼ିଛି। ତେବେ ସବୁ ପରିସ୍ଥିତିର ମୁକାବିଲା ଲାଗି ଜଳ ସମ୍ପଦ ବିଭାଗ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇଥିବା କୁହାଯାଇଛି।

Tags: #Mahanadi #FloodSituation #HirakudGate #RainFall #Awareness

Comment