ଓଡ଼ିଶାଲାଇଭ୍ ବ୍ୟୁରୋ

ସ୍ଵାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଦେଶ ପାଳୁଛି ‘ଆଜାଦୀ କା ଅମୃତ ମହୋସବ’। ଏହି କ୍ରମରେ ଆୟୋଜିତ ହେଉଛି ‘ହର ଘର ତ୍ରିରଙ୍ଗା’ କାର୍ଯ୍ୟକ୍ରମ। ଏଥିପାଇଁ ଓଡ଼ିଶା ସରକାର ରାଜ୍ୟବାସୀଙ୍କୁ ମାଗଣାରେ ୩୦ ଲକ୍ଷ ଜାତୀୟ ପତାକା ଯୋଗାଇଦେବେ। ସେହିପରି ଭାରତୀୟ ଡାକ ବିଭାଗ ପକ୍ଷରୁ ଲୋକଙ୍କୁ ମାଗଣାରେ ପତାକା ଯୋଗାଇଦେବା ପାଇଁ ନିଷ୍ପତ୍ତି ହୋଇଛି।

କ’ଣ କରିବା ନାହିଁ?

  • ଜାତୀୟ ପତାକାକୁ ଓଲଟା କରି ଉଡ଼ାଇବା ନାହିଁ
  • ଉତ୍ସବ ପାଳନ ପରେ ପତାକାକୁ ଭୂମିରେ ଏଣେ ତେଣେ ପକାଇବା ନାହିଁ
  • ଆବର୍ଜନା ସହ ପତାକାକୁ ଜଳାଇବା ନାହିଁ
  • ପତାକାକୁ କାଟି ଅନ୍ୟ ଜିନିଷ ପ୍ରସ୍ତୁତ କରିବା ନାହିଁ
  • ପତାକା ଚିରି ଯାଇଥିଲେ ଏହାକୁ ପ୍ରଦର୍ଶିତ କରିବା ନାହିଁ
  • ତ୍ରିରଙ୍ଗାଠାରୁ ଉଚ୍ଚରେ କିମ୍ବା ସମାନ୍ତର ଭାବେ ଅନ୍ୟ କୌଣସି ପତାକା ପ୍ରଦର୍ଶିତ କରିବା ନାହିଁ
  • ପ୍ରଦର୍ଶନ ସମୟରେ ପାଣି କିମ୍ବା ଭୂମିକୁ ଜାତୀୟ ପତାକା ସ୍ପର୍ଶ କରିବା ଉଚିତ ନୁହେଁ
  • ସଭାସମିତିରେ ସାଜସଜ୍ଜାରେ ତ୍ରିରଙ୍ଗା ବ୍ୟବହାର କରିବା ନାହିଁ
  • ଜାତୀୟ ପତାକା ଉପରେ କିଛି ଲେଖିବା ନାହିଁ

କ’ଣ  କରିବା ?

  • ଜାତୀୟ ପତାକା ପ୍ରଦର୍ଶନ ସମୟରେ ନାରଙ୍ଗୀ ଭାଗ ସର୍ବଦା ଉପରକୁ ରଖିବା
  • ଜାତୀୟ ପର୍ବ ପାଳନ ପରେ ପତାକାକୁ ସୁରକ୍ଷିତ ସ୍ଥାନରେ ରଖିବା
  • ପତାକା ଚିରି ଯାଇଥିଲେ ଏହାକୁ ଖାଲି ସ୍ଥାନରେ ସମ୍ମାନ ପୂର୍ବକ ଜଳାଇଦେବା
  • ପତାକାରେ କୌଣସି ଅଂଶ ମଧ୍ୟ ଯେପରି ଏଣେତେଣେ ନପଡ଼େ ସେଥିପ୍ରତି ଧ୍ୟାନ ଦେବା
  • କାଗଜ ପ୍ରସ୍ତୁତ ଜାତୀୟ ପତାକାକୁ ବହିଯାଉଥିବା ଜଳରେ ବିସର୍ଜନ କରିପାରିବା

ଭାରତମାତାକୁ ସମ୍ମାନ ପ୍ରଦାନ ପୂର୍ବକ ଘରେ ଘରେ ତ୍ରିରଙ୍ଗା ପତାକା ଉଡ଼ାଯିବ। ଜାତୀୟ ପତାକାକୁ ଅନୁରୂପ ଭାବେ ସମ୍ମାନ ପ୍ରଦାନ କରାଯିବାର ଆବଶ୍ୟକତା ରହିଛି। ଜାତୀୟ ପତାକାର ଉପଯୁକ୍ତ ସମ୍ମାନ କ୍ଷେତ୍ରରେ ଗୃହ ମନ୍ତ୍ରାଳୟ ପକ୍ଷରୁ ଜାରି ନିୟମ ପ୍ରତି ଦୃଷ୍ଟି ଦେବାର ଆବଶ୍ୟକତା ରହିଛି। ୧୯୭୧ ଅଧିନିୟମ ଅନୁସାରେ ଭାରତୀୟମାନେ ଏସବୁ ପ୍ରତି ଗୁରୁତ୍ଵ ଦେବା ଆବଶ୍ୟକ।

Tags: #IndependeceDay #75thIndependeceDay #Respect #Flags #HarGharTriranga #AjadiKaAmrutMahostav

Comment