ଓଡ଼ିଶାଲାଇଭ୍ ବ୍ୟୁରୋ

ଖୋଲିଲା ହୀରାକୁଦର ଆଉ ୧୪ଟି ଗେଟ। ଏବେ ମୋଟ ୪୦ଟି ଗେଟ ଦେଇ ଜଳ ନିଷ୍କାସନ ଚାଲିଛି। ଏହାକୁ ନେଇ ଏବେ ତଳି ଅଞ୍ଚଳବାସୀଙ୍କ ଚିନ୍ତା ବଢ଼ିଯାଇଛି। ପୂର୍ବରୁ ମହାନଦୀରେ ଜଳସ୍ତର ବଢ଼ିବା ଯୋଗୁଁ ୩୪ଟି ଗେଟ ଖୋଲାଯାଇଥିଲା। କିନ୍ତୁ ବନ୍ୟା ପରିସ୍ଥିତି ଉପୁଜିବାରୁ ସୋମବାର ଦିନ ୮ଟି ଗେଟ ବନ୍ଦ କରାଯାଇଥିଲା।

ବନ୍ୟା ସ୍ଥିତିର ସମୀକ୍ଷା ପରେ ହୀରାକୁଦର ଆଉ ୧୪ଟି ଗେଟ୍ ଖୋଲିବାକୁ ନିଷ୍ପତ୍ତି ହୋଇଥିଲା। ପର୍ଯ୍ୟାୟ କ୍ରମେ ଗେଟଗୁଡ଼ିକୁ ଖୋଲାଯାଇଛି। ପ୍ରଥମ ପର୍ଯ୍ୟାୟରେ ୫ଟି ଏବଂ ଦ୍ଵିତୀୟ ପର୍ଯ୍ୟାୟରେ ଆଉ ୫ଟି ଗେଟ ଖୋଲାଯାଇଥିଲା। ଏବେ ବାକିଥିବା ୪ଟି ଗେଟ ଖୋଲିଛି। ବର୍ତ୍ତମାନ ମୋଟ ୪୦ଟି ଗେଟ ଦେଇ ଜଳ ନିଷ୍କାସିତ ହେଉଛି ବୋଲି ଜଳସମ୍ପଦ ବିଭାଗ ପକ୍ଷରୁ ସୂଚନା ମିଳିଛି।

ବର୍ତ୍ତମାନ ହୀରାକୁଦକୁ ୭ ଲକ୍ଷ ୮୫ ହଜାର ୨୯୧ କ୍ୟୁସେକ ଜଳ ପ୍ରବେଶ କରୁଥିବାବେଳେ ୪ ଲକ୍ଷ ୩୪ ହଜାର ୮ କ୍ୟୁସେକ ଜଳ ଛଡ଼ାଯାଉଛି। ଏବେ ହୀରାକୁଦର ଜଳସ୍ତର ୬୨୬.୫ ଟପିଛି ବୋଲି ଜଳସମ୍ପଦ ବିଭାଗ ପକ୍ଷରୁ କୁହାଯାଇଛି।

Tags: #Hirakud #HirakudGate #FloodSituation #Flood #Mahanadi

Comment