ଓଡ଼ିଶାଲାଇଭ୍ ବ୍ୟୁରୋ

ବର୍ଷାଦିନରେ ବଜାରରେ ପ୍ରଚୁର ପରିମାଣର ଛତୁ ଉପଲବ୍ଧ ହୋଇଥାଏ। ତେବେ ଛତୁରେ ପ୍ରସ୍ତୁତ ବିଭିନ୍ନ ସ୍ୱାଦିଷ୍ଟ ଖାଦ୍ୟ ପ୍ରାୟ ସମସ୍ତେ ପସନ୍ଦ କରନ୍ତି । ପାଟିକୁ ସୁଆଦିଆ ଲାଗୁଥିବା ଛତୁ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବେଶ ଉପକାରୀ।

ମଧୁମେହ ରୋଗୀଙ୍କ ପାଇଁ ଉପଯୋଗୀ

ମଧୁମେହ ବା ଡାଇବେଟିସ ରୋଗୀ ଛତୁ ଖାଇବା ସ୍ୱାସ୍ଥ୍ୟ ପାଇଁ ଭଲ। ଏଥିରେ ଶର୍କରାର ମାତ୍ର ୦.୫ ପ୍ରତିଶତ ଓ ଷ୍ଟାର୍ଚ  ଖୁବ କମ୍ ରହିଥାଏ। ଛତୁରେ ପ୍ରଚୁର ମାତ୍ରାରେ ଭିଟାମିନ, ମିନେରାଲ ଏବଂ ଫାଇବର ରହିଥାଏ। ଛତୁରେ ଫ୍ୟାଟ ସୁଗାର ଏବଂ କାର୍ବୋହାଇଡ୍ରେଟ ମଧ୍ୟ କମ ପରିମାଣରେ ରହିଥାଏ। ଏହା ଶରୀରରେ ଇନ୍ସୁଲିନ ପ୍ରସ୍ତୁତ କରିବାରେ ମଧ୍ୟ ସହାୟକ ହୋଇଥାଏ।

ରୋଗ ପ୍ରତିରୋଧକ ଶକ୍ତି ବଢ଼ିବାରେ ସହାୟକ

ଛତୁରେ ପ୍ରଚୁର ପରିମାଣରେ ପ୍ରୋଟିନ, ନାଇଟ୍ରୋଜେନ ଏବଂ ଫସଫରିକ ଏସିଡ ରହିଛି। ଯେଉଁଥିପାଇଁ ଛତୁ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ।

ରକ୍ତହୀନତା କମ୍ କରେ

ଛତୁରେ ଭରପୁର ମାତ୍ରାରେ ଆଇରନ ରହିଥାଏ। ଯେଉଁମାନେ ଆନେମିଆ ବା ରକ୍ତହୀନତା ରୋଗରେ ପଡ଼ିଥାନ୍ତି ସେମାନଙ୍କ ପାଇଁ ଛତୁ ଅତ୍ୟନ୍ତ ଲାଭଦାୟକ ଛତୁ ନିୟମିତ ଖାଇବା ଦ୍ୱାରା ସେମାନେ ରକ୍ତହୀନତା ରୁ ମୁକ୍ତି ପାଇଥାନ୍ତି।

ଓଜନ ନିୟନ୍ତ୍ରଣ କରେ

ଛତୁରେ କାର୍ବୋହାଇଡ୍ରେଟ କମ ପରିମାଣରେ ଥିବାରୁ ଏହା ଓଜନ ନିୟନ୍ତ୍ରଣ କରିଥାଏ।

Tags: #Healthbenefits #mushroom #sugar #cancer #anemia #carbohydrate

Comment