ଓଡ଼ିଶାଲାଇଭ୍ ବ୍ୟୁରୋ

MKCG

ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଶୁକ୍ରବାର ଦିନ ଅଗ୍ନିକାଣ୍ଡ ଘଟିଛି। ମେଡିକାଲର ସୁପରସ୍ପେଶାଲିଟି ବିଲ୍ଡିଂର ପ୍ଲାଷ୍ଟିକ୍ ସର୍ଜରୀ ଓ୍ଵାର୍ଡରେ ଅଗ୍ନିକାଣ୍ଡ ଘଟିଥିଲା। ଅଗ୍ନିଶମ ବାହିନୀ ନିଆଁକୁ ସମ୍ପୂର୍ଣ୍ଣ ଭାବେ ଆୟତ୍ତ କରିଛି। ଏହି ଅଗ୍ନିକାଣ୍ଡରେ କାହାର କୌଣସି କ୍ଷତି ହୋଇନଥିବା ଅଗ୍ନିଶମ ଅଧିକାରୀ ସ୍ପଷ୍ଟ କରିଛନ୍ତି।

ଆଜି ଦିନ ପ୍ରାୟ ୨ଟା ବେଳେ ବ୍ରହ୍ମପୁର ଏମକେସିଜି ମେଡିକାଲର ସୁପର ସ୍ପେଶାଲିଟି ବିଲ୍ଡିଂରେ ଥିବା ପ୍ଲାଷ୍ଟକ୍ ସର୍ଜରୀ ଓ୍ଵାର୍ଡରେ ଅଗ୍ନିକାଣ୍ଡ ଘଟିଥିଲା। ନିଆଁ ଲାଗିବା ଦେଖି ସେଠାରେ ଉପସ୍ଥିତ ରୋଗୀ ଏବଂ ସେମାନଙ୍କ ସମ୍ପର୍କୀୟ ତଥା ହସ୍ପିଟାଲ କର୍ମଚାରୀ ଦୌଡ଼ିବାକୁ ଲାଗିଥିଲେ। ହସ୍ପିଟାଲରୁ ଖବର ପାଇ ଅଗ୍ନିଶମ ବିଭାଗ କର୍ମଚାରୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ସହ ଲୋକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିବା ଅଗ୍ନିଶମ ଅଧିକାରୀ ସୂଚନା ଦେଇଛନ୍ତି। ତେବେ କେଉଁ କାରଣରୁ ଅଗ୍ନିକାଣ୍ଡ ଘଟିଛି ତାହାର କାରଣ ଜଣାପଡ଼ିନାହିଁ।

Tags: #MKCGMedical #Berhampur #Fire #Hospital

Comment