ଓଡ଼ିଶାଲାଇଭ୍ ବ୍ୟୁରୋ

ଦିନକ ପରେ ଗଶେଶ ପୂଜା। ଏଥିପାଇଁ ପ୍ରସ୍ତୁତି ଚାଲିଛି। ତେବେ ମହିଳାମାନେ ଆକର୍ଷଣୀୟ ଲୁକ୍‌ ପାଇଁ  ପୋଷାକ କିଣାକିଣିରେ ବ୍ୟସ୍ତ। ଏହି ପାର୍ବଣଋତୁରେ କିପରି ବସ୍ତ୍ର ପିନ୍ଧିଲେ ଆପଣ ସ୍ୱତନ୍ତ୍ର ଲାଗିବେ ତାହା ଉପରେ ଧ୍ୟାନ ଦେବା ଜରୁରୀ।

ଶାଢ଼ି: ଗଣେଶ ପୂଜା ଭଳି ବିଶେଷ ଅବସରରେ ଯୁବତୀମାନେ ଶାଢ଼ି ସାଙ୍ଗକୁ ଡିଜାଇନ୍‌ର ବ୍ଲାଉଜ୍‌ ପିନ୍ଧି ନିଜକୁ ସୁନ୍ଦର ଲୁକ୍‌ ଦେଇପାରିବେ । ଶାଢ଼ି ଏପରି ଏକ ପୋଷାକ ଯାହା ଆପଣ ଯେକୌଣସି ଖାସ୍ ସମୟରେ ପିନ୍ଧିପାରିବେ।

ସେ ପାର୍ବଣ ଋତୁ ହେଉ ଅବା କୌଣସି ପାର୍ଟି, ଫଙ୍କଶନ୍‌ର ଆୟୋଜନ ହେଉ, ଶାଢ଼ିକୁ ଟିକେ ଭିନ୍ନ ଭିନ୍ନ ଷ୍ଟାଇଲ୍‌ରେ ପିନ୍ଧିଲେ ଲୁକ୍‌ ବେଶ୍‌ ଆକର୍ଷଣୀୟ ଲାଗିଥାଏ।

ଲେହେଙ୍ଗା: ଗଣେଶ ପୂଜା ଭଳି ଅବସରରେ ଆପଣ ଲେହେଙ୍ଗା ବା ଲଙ୍ଗ୍‌ ସ୍କର୍ଟ ପିନ୍ଧିପାରିବେ। ଏହା ସହ ମ୍ୟାଚିଂ କ୍ରପ୍‌ ଟପ୍ ପିନ୍ଧନ୍ତି ତେବେ ଏହା ଆପଣଙ୍କୁ ଏକ ଭିନ୍ନ ଲୁକ୍ ଦେବ। ପୂଜାପାର୍ବଣ ସମୟରେ ଡାର୍କ କଲର୍‌ ତୁଳନାରେ ଯଦି ବ୍ରାଇଟ୍‌ କଲର୍‌ର ପୋଷାକ ପିନ୍ଧାଯାଏ, ତା’ହେଲେ ଗର୍ଜିୟସ୍‌ ଲୁକ୍‌ ମିଳିଥାଏ।

ସେହିପରି ପିଙ୍କ୍‌ କିମ୍ବା ପିଚ୍‌ କଲର୍‌ର ଲେହେଙ୍ଗା ଓ କ୍ରପକ ଟପ୍ ସହ ଯଦି ସିଲ୍‌ଭର ଅଥବା ପର୍ଲର ଜୁଏଲେରିକୁ ମ୍ୟାଚିଂ କରି ପିନ୍ଧାଯାଏ ତେବେ ଆପଣ ଅଧିକ ଷ୍ଟାଇଲିସ୍ ଲାଗିବେ।

ଶାଲୱାର କମିଜ୍‌: ଶାଲୱାର କମିଜ୍‌ ବି ଯୁବତୀଙ୍କୁ ସ୍ୱତନ୍ତ୍ର ଲୁକ୍‌ ଦେଇଥାଏ। ପୂଜାପର୍ବ ସମୟରେ ଯେଉଁମାନଙ୍କର ଶାଲୱାର କମିଜ୍‌ ପିନ୍ଧିବା ପସନ୍ଦ, ସେମାନେ ଚାହିଁଲେ ହାଲ୍‌କା ଗୋଲାପୀ, ହାଲ୍‌କା ସୁନେଲି କିମ୍ବା ଧଳା ଓ ନାଲିରଙ୍ଗର ଶାଲୱାର କମିଜ୍‌ ପିନ୍ଧି ନିଜକୁ ଟିକେ ଭିନ୍ନ ଲୁକ୍‌ ଦେଇପାରିବେ। ଶରୀର ରଙ୍ଗ ଅନୁସାରେ ଆପଣଙ୍କ ମାନିଲା ଭଳି ରଙ୍ଗ ବାଛନ୍ତୁ।

ବାନ୍ଧେଣୀ ଦୁପଟ୍ଟା: କୁର୍ତ୍ତି ଉପରେ ବାନ୍ଧେଣୀ ଦୁପଟ୍ଟା ପକାଇ ମଧ୍ୟ ଆକର୍ଷଣୀୟ ଲୁକ୍‌ ପାଇପାରିବେ। ବିଶେଷକରି ପ୍ଲେନ୍‌ ସୁଟ୍‌ ଉପରେ ଏହି ଦୁପଟ୍ଟା ପକାଇଲେ ଲୁକ୍‌ ଅଧିକ ସୁନ୍ଦର ଲାଗିଥାଏ। ସୁଟ୍ ଓ ଦୁପଟ୍ଟାର ରଙ୍ଗ ବାଛିବାରେ ଟିକେ ଧ୍ୟାନ ରଖିବା ଜରୁରୀ।

ନ୍ୟୁଡ୍‌ କଲର୍ସର ଖୁବ୍‌ ଚାହିଦା ରହୁଥିବା ଦେଖିବାକୁ ମିଳୁଛି। ତେଣୁ ଯୁବତୀ ଚାହିଁଲେ ଏହି ଫେଷ୍ଟିଭ୍‌ ସିଜନ୍‌ରେ ହାଲ୍‌କା ଜୁଏଲେରି ସହିତ ନ୍ୟୁଡ୍‌ ପିଙ୍କ୍‌ ମେକ୍‌ଅପ୍‌ ନେଇ ନିଜକୁ ଆକର୍ଷଣୀୟ ଲୁକ୍‌ ଦେଇପାରିବେ।

ଧୋତି ପ୍ୟାଣ୍ଟ ସହ ଶର୍ଟ କୁର୍ତ୍ତି: ଗଣେଶ ପୂଜା ଅବସରରେ ଯଦି ଯୁବତୀମାନେ ଷ୍ଟାଇଲିଶ୍‌ ଲୁକ୍‌ ଚାହୁଁଥାନ୍ତି, ତା’ହେଲେ ତାଙ୍କ ପାଇଁ ଧୋତି ପ୍ୟାଣ୍ଟ ସହ ଶର୍ଟ କୁର୍ତ୍ତି ପିନ୍ଧିପାରିବେ। ପୂଜାପାର୍ବଣ ସମୟରେ ଡାର୍କ କଲର୍‌ ତୁଳନାରେ ଯଦି ବ୍ରାଇଟ୍‌ କଲର୍‌ର ପୋଷାକ ପିନ୍ଧାଯାଏ, ତେବେ ଗର୍ଜିୟସ୍‌ ଲୁକ୍‌ ମିଳିଥାଏ। ତେଣୁ ଏହି କଲର୍ ଧୋତି ପ୍ୟାଣ୍ଟ ସହ କୁର୍ତ୍ତିରେ ନିଜକୁ ସଜାଇପାରିବେ।

ଶରାରା ସୁଟ୍‌: ଶରାରା ସୁଟ୍ ମଡର୍ଣ୍ଣ ଷ୍ଟାଇଲ୍‌ରେ ପିନ୍ଧିପାରିବେ। ଶରାରା ସୁଟ୍‌ ସାଙ୍ଗରେ ଶର୍ଟ କୁର୍ତ୍ତି ଯେମିତି ସୁନ୍ଦର ଲାଗେ ସେମିତି ପେପଲମ୍‌ ଶର୍ଟ କୁର୍ତ୍ତି ମଧ୍ୟ ଭଲ ମ୍ୟାଚ୍‌ କରିଥାଏ।

ପୂଜାପାର୍ବଣ ସମୟରେ ଯୁବତୀ ଚାହିଁଲେ ଏହା ଉପରେ ଜ୍ୟାକେଟ୍‌ ପିନ୍ଧି ମଧ୍ୟ ଟିକେ ଭିନ୍ନ ଲୁକ୍‌ ପାଇପାରିବେ। ଏହା ସହ ମେକଅପ୍ ଉପରେ ବିଶେଷ ଗୁରୁତ୍ବ ଦେବାକୁ ହେବ।

Tags: #Ganeshpuja2022 #pujawear #stylishlook #saree #sararasuit #croptop #lehenga #festivewear

Comment