ଉପସ୍ଥାପନା: କପିଳାସ ଭୂୟାଁ

ପୃଥିବୀ ଉପରକୁ ଆସୁଥିବା ସୂର୍ଯ୍ୟାଲୋକର କିରଣ ଧଳା ଦିଶୁଥିବା ବେଳେ ଆକାଶର ରଙ୍ଗ କାହିଁକି ନୀଳ ଦିଶେ ବୋଲି ଅନେକଙ୍କ ମନରେ ପ୍ରଶ୍ନ ଉଙ୍କିମାରେ। 

ଆକାଶର ରଙ୍ଗ ନୀଳ ଦିଶିବା ପଛରେ ଅନେକ ବୈଜ୍ଞାନିକ କାରଣ ରହିଛି। ଧଳା ରଙ୍ଗରେ ଇନ୍ଦ୍ରଧନୁର ସମସ୍ତ ସାତଟି ରଙ୍ଗ (ବାଇଗଣୀ, ଘନନୀଳ, ନୀଳ, ସବୁଜ, ହଳଦିଆ, ନାରଙ୍ଗୀ ଓ ଲାଲ) ମିଶି ରହିଥାଏ। ଅର୍ଥାତ ଯଦି ସମସ୍ତ ସାତଟି ରଙ୍ଗକୁ ଏକାଠି ମିଶାଇ ଫେଣ୍ଟି ଦିଆଯାଏ ତେବେ ତାହା ଧଳା ଦେଖାଯିବ। ଏହି ଧବଳ ସୂର୍ଯ୍ୟାଲୋକରୁ ସମସ୍ତ ରଙ୍ଗକୁ ପୃଥକ କରିବା ପାଇଁ ପରୀକ୍ଷାଗାରରେ ପ୍ରିଜମ ବ୍ୟବହାର କରାଯାଇଥାଏ।

ଆଲୋକ ଏକ ସରଳ ରେଖାରେ ଗତି କରେ। କିନ୍ତୁ ଏହାର ଗତି ପଥରେ କୌଣସି ବାଧା ଉପୁଜିଲେ ଏକାଧିକ ପରିବର୍ତ୍ତନ ହୁଏ। ଉଦାହରଣ ରୂପେ କୁହାଯାଇ ପାରେ ଯେ, ପ୍ରିଜମ ମାଧ୍ୟମରେ ଗତି କରିବା ଦ୍ଵାରା ଆଲୋକର ରଶ୍ମି ବିକିରଣ ହୁଏ ଓ ସେଥିରେ ସନ୍ନିହିତ ରଙ୍ଗଗୁଡ଼ିକର ପୃଥକୀକରଣ ହୋଇଥାଏ।

ସୂର୍ଯ୍ୟ ହେଉଛି ଆଲୋକର ଉତ୍ସ। ସୂର୍ଯ୍ୟଠାରୁ ନିର୍ଗତ ଆଲୋକ ମହାକାଶରେ ସରଳ ରେଖାରେ ଗତି କରି ସମସ୍ତ ଗ୍ରହ ଉପଗ୍ରହରେ ପହଞ୍ଚି ଥାଏ। ତେବେ ପୃଥିବୀର ବାୟୁମଣ୍ଡଳରେ ପ୍ରବେଶ କରିବା ପରେ ଏକାଧିକ ବାଧାର ସମ୍ମୁଖୀନ ହେବା ଦ୍ଵାରା ତିନି ପ୍ରକାରର ପରିବର୍ତ୍ତନ ହୋଇଥାଏ। ଆଲୋକର ସେହି ପରିବର୍ତ୍ତନ ଗୁଡ଼ିକ ହେଲା:

  • ପ୍ରତିଫଳନ (ଦର୍ପଣର ପ୍ରତିଫଳନ ପରି)
  • ବିକିରଣ (ପ୍ରିଜମ ମାଧ୍ୟମରେ ଗତି କଲା ପରି)
  • ବିଚ୍ଛୁରଣ (ବାୟୁମଣ୍ଡଳରେ ବିଚ୍ଛୁରିତ ହୋଇ ରହିଥିବା ମୋଲେକ୍ୟୁଲଗୁଡ଼ିକର ସଂସ୍ପର୍ଶରେ ଆଲୋକ ବିଚ୍ଛୁରିତ ହୁଏ)

ଏହି ବିଚ୍ଛୁରିତ ଆଲୋକର ଗତି ମୋଲେକ୍ୟୁଲଗୁଡ଼ିକର ସଂସ୍ପର୍ଶରେ ଆସିବା ଦ୍ଵାରା ଏହା ଆଉ ସରଳ ରେଖାରେ ଗତି ନକରି ତରଙ୍ଗାୟିତ ହୋଇ ଗତି କରେ।

ଶକ୍ତି ବା ଏନର୍ଜି ହେଉଛି ଏକ ମହାଜାଗତିକ ପ୍ରକ୍ରିୟା। ମହାସମୁଦ୍ରର ଜଳରାଶିରେ ଏହି ଶକ୍ତିର ଗତି ଢେଉ ମାଧ୍ୟମରେ ହେଉଥିବାବେଳେ ଆଲୋକର ଶକ୍ତି ମଧ୍ୟ ମହାକାଶରେ ଢେଉ ପରି ଗତି କରେ। ବିଭିନ୍ନ ରଙ୍ଗର ଏହି ଢେଉଗୁଡ଼ିକର ଗତି ପରସ୍ପର ଠାରୁ ପୃଥକ। ଅର୍ଥାତ କେତେକ ରଙ୍ଗର ଢେଉ ମାଧ୍ୟମରେ ଆଲୋକ ଶକ୍ତି ଛୋଟ ଛୋଟ ଭାଗରେ ଗତି କଲାବେଳେ ଅନ୍ୟ କେତେକ ରଙ୍ଗର ଢେଉ ମାଧ୍ୟମରେ ଆଲୋକ ଶକ୍ତି ଅତି ସୁଦୀର୍ଘ ଓ ଧୀର ଭାବେ ଗତି କରେ। ନୀଳ ରଙ୍ଗର ବିଚ୍ଛୁରଣ ଅତି ଛୋଟ ଛୋଟ ଢେଉ ପରି ହୋଇଥିବାରୁ ଏହା ମାଧ୍ୟମରେ ଆଲୋକର ଗତି ଅତି ଦ୍ରୁତ ହୋଇଥାଏ ଓ ତାହା ଦ୍ଵାରା ଆମେ ଆକାଶରେ ଅଧିକ ମାତ୍ରାରେ ନୀଳ ରଙ୍ଗ ଦେଖନ୍ତି। କିନ୍ତୁ ସୂର୍ଯ୍ୟାଲୋକ ଆସି ଯେତେବେଳେ ପୃଥିବୀ ପୃଷ୍ଠରେ ପଡ଼େ ତାହାର ପ୍ରତିଫଳନ ହୋଇଥାଏ। ତେଣୁ ପୃଥିବୀ ପୃଷ୍ଠରେ ସେହି ଆଲୋକ ଧଳା ଦେଖା ଯାଇଥାଏ।

ଦିଗବଳୟ ନିକଟରେ ଆକାଶର ନୀଳ ରଙ୍ଗ ସାମାନ୍ୟ ହାଲକା ନୀଳ ରଙ୍ଗ ପରି ଦିଶେ। ମୁଣ୍ଡ ଉପରୁ ସିଧା ପଡୁଥିବା ଆଲୋକ ଅପେକ୍ଷା ଦିଗବଳୟ ନିକଟର ଆଲୋକରେ ବାୟୁମଣ୍ଡଳର ମୋଲେକ୍ୟୁଲ ଗୁଡ଼କ ଅଧିକ ଗତିଶୀଳ। ସେହି ଅଧିକ ଗତିଶୀଳ ମୋଲେକ୍ୟୁଲଗୁଡ଼ିକ ମଧ୍ୟରେ ନୀଳ ରଙ୍ଗର ବିଚ୍ଛୁରଣ ବହୁ ମାତ୍ରାରେ ହୋଇଥାଏ। ଫଳରେ ସେଠାରେ ବିଚ୍ଛୁରଣ ସାନ୍ଦ୍ରତା ଆକାଶରେ ହେଉଥିବା ବିଚ୍ଛୁରଣ ଅପେକ୍ଷା କ୍ଷିପ୍ର ହୋଇଥିବାରୁ ତାହା ହାଲକା ନୀଳ ରଙ୍ଗ ପରି ପ୍ରତୀୟମାନ ହୁଏ।

(ସୌଜନ୍ୟ: ନାସା)

Tags: #Facts #Colourofsky #Light #TellMeWhy

Comment