ଓଡ଼ିଶାଲାଇଭ୍ ବ୍ୟୁରୋ

ଏନଇଇଟି(ନିଟ୍) ୟୁଜି ପ୍ରବେଶିକ୍ଷା ପରୀକ୍ଷା ୨୦୨୨ର ଫଳାଫଳ ପ୍ରକାଶ ପାଇଛି। ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି(ଏନଟିଏ) ନିଟ୍ ପରୀକ୍ଷା ଫଳ ପ୍ରକାଶ କରିଛି। ଏହି ପରୀକ୍ଷାରେ କୃତକାର୍ଯ୍ୟ ହାସଲ କରିଥିବା ଛାତ୍ରଛାତ୍ରୀ ଏମବିବିଏସ ମେଡିକାଲ ପାଠ୍ୟକ୍ରମରେ ନାମ ଲେଖାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି।

ନିଟ୍ ୟୁଜିସି ୨୦୨୨ ପରୀକ୍ଷାରେ ଟପ୍ପର ହୋଇଛନ୍ତି ରାଜସ୍ଥାନର ଝିଅ ତନିଷ୍କା। ସେ ମୋଟ ୭୨୦ରୁ ୭୧୫ ନମ୍ବର ରଖି ଏହି ଶ୍ରେୟ ହାସଲ କରିଛନ୍ତି। ଏହି ପରୀକ୍ଷାରେ ୪ ଜଣ ଆଶାୟୀଙ୍କୁ ସର୍ବାଧିକ ନମ୍ବର ମିଳିଛି। ତନିଷ୍କାଙ୍କ ପଛରେ ଦିଲ୍ଲୀର ଆଶିକ ବାତ୍ରା ଦ୍ଵିତୀୟ ସ୍ଥାନରେ ରହିଥିବାବେଳେ କର୍ଣ୍ଣାଟକର ହୃଷିକେଶ ନାଗଭୂଷଣ ଗାଙ୍ଗୁଲି ତୃତୀୟ ଏବଂ ରୁଚା ପାଓ୍ଵାଶେ ଚତୁର୍ଥ ସ୍ଥାନ ହାସଲ କରିଛନ୍ତି।

ନିଟ ୟୁଜିସି ପରୀକ୍ଷାରେ ଦୁଇ ଜଣ ଆଶାୟୀଙ୍କ ନମ୍ବର ସମାନ ରହିଥିବାରୁ ଏନଟିଏ ପକ୍ଷରୁ ତିନିଟି ଫର୍ମୁଲା ଆଧାରରେ ଆଶାୟୀଙ୍କ ରାଙ୍କିଙ୍ଗ ନିର୍ଣ୍ଣୟ କରାଯାଇଥିଲା।

ନିଟ୍ ୟୁଜିସି ପରୀକ୍ଷାରେ ଟପ୍ ୫୦ ତାଲିକାରେ ୨୦ ଛାତ୍ରୀ ରହିଛନ୍ତି। ଏହା ସହିତ ଟପ୍ ୫୦ ଜଣ ଛାତ୍ରଙ୍କ ମଧ୍ୟରେ ରହିଛନ୍ତି ଓଡ଼ିଶାର ପ୍ରିୟ ସୋମଦତ୍ତ ନାୟକ। ସୋମଦତ୍ତ ୩୯ ରାଙ୍କରେ ରହିଛନ୍ତି। ସେ ୭୨୦ରୁ ୭୦୫ ମାର୍କ ରଖିଛନ୍ତି।

ନିଟ୍ ୟୁଜି ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀ ନିଟ୍‌ର ଅଫିସିଆଲ ୱେବସାଇଟକୁ ଯାଇ ପରୀକ୍ଷା ଫଳାଫଳ ଜାଣିପାରିବେ। ଏଥିଲାଗି ରହିଥିବା ୱେବସାଇଟ୍ ହେଉଛି neet.nta.nic.in । ରେଜଲ୍ଟ ଡାଉନଲୋଡ୍ କରିବାକୁ ହେଲେ ଛାତ୍ରଛାତ୍ରୀଙ୍କୁ ଏହି ୱେବସାଇଟକୁ ଯାଇ ଆପ୍ଲିକେସନ୍ ନମ୍ବର ଏବଂ ଜନ୍ମ ତାରିଖ ଦେଇ ରାଙ୍କ କାର୍ଡ ଡାଉନଲୋଡ୍ କରିପାରିବେ।

ଗତ ଜୁଲାଇ ୧୭ ତାରିଖରେ ନିଟ୍ ୟୁଜିସି ପରୀକ୍ଷା ହୋଇଥିଲା। ମୋଟ ୧୮.୭୨ ଲକ୍ଷ ଆଶାୟୀ ପଞ୍ଜିକରଣ କରିଥିବାବେଳେ ପରୀକ୍ଷା ଦେଇଥିଲେ ୧୭.୭୬ ଲକ୍ଷ। ପରୀକ୍ଷାରେ ମୋଟ ୯.୯୩ ଲକ୍ଷ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି।

Tags: #Education #Examination #Result #NEET #NEETUGExam

Comment