ଓଡ଼ିଶାଲାଇଭ୍ ବ୍ୟୁରୋ

ନୟାଗଡ଼ ଜିଲ୍ଲାର ସାମ୍ବାଦିକ କିଶୋର କୁମାର ମହାପାତ୍ରଙ୍କର ଶନିବାର ଦିନ ହୃଦଘାତରେ ବିୟୋଗ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୪୬ ବର୍ଷ ବୟସ ହୋଇଥିଲା। କିଶୋରଙ୍କ ଅକାଳ ମୃତ୍ୟୁରେ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି।

ଶୁକ୍ରବାର କିଶୋର ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ପ୍ରଥମେ ତାଙ୍କୁ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରେ ସ୍ଥିତି ଗମ୍ଭୀର ହେବାରୁ ତାଙ୍କୁ ଭୁବନେଶ୍ୱରସ୍ଥିତ ଏମସ୍ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଥିଲା। ତେବେ ଶନିବାର ଦିନ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଶନିବାର ଭୋର ସମୟରେ କିଶୋରଙ୍କ ମରଶରୀର ନୟାଗଡ଼ ପୁରୁଣା ସହରସ୍ଥିତ ତାଙ୍କ ବାସଭବନରେ ପହଞ୍ଚିବା ପରେ ବହୁ ବିଶିଷ୍ଟ ବ୍ୟକ୍ତିମାନେ ତାଙ୍କୁ ଶେଷ ଦର୍ଶନ କରିଥିଲେ। ଶୋକାକୂଳ ପରିବେଶ ମଧ୍ୟରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା।

କିଶୋର ମହାପାତ୍ର ଜଣେ ପରୋପକାରୀ ଏବଂ ନିର୍ଭିକ ସାମ୍ବାଦିକ ଭାବେ ବେଶ ଜଣାଶୁଣା। ତାଙ୍କ ଦେହାନ୍ତରେ ଜିଲ୍ଲାବ୍ୟାପୀ ସାମ୍ବାଦିକ, ରାଜନେତା ତଥା ବିଶିଷ୍ଟ ବ୍ୟକ୍ତିମାନେ ଗଭୀର ଶୋକ ପ୍ରକାଶ କରିବା ସହ ତାଙ୍କ ଶୋକାକୂଳ ପରିବାରକୁ ସମବେଦନା ଜଣାଇଛନ୍ତି।

Tags: #KishorMohapatra # Journalist #CaridiacAttack #Death

Comment