ଓଡ଼ିଶାଲାଇଭ୍ ବ୍ୟୁରୋ

  • ମହାରାଣୀ ଏଲିଜାବେଥ ଦ୍ଵିତୀୟଙ୍କ ଅନ୍ତିମ ସଂସ୍କାରରେ ସାମିଲ ହେବେ ରାଷ୍ଟ୍ରପତି
  • ୧୭ରୁ ୧୯ ପର୍ଯ୍ୟନ୍ତ ଲଣ୍ଡନରେ ରହିବେ ଦ୍ରୌପଦୀ ମୁର୍ମୁ

ବ୍ରିଟେନର ମହାରାଣୀ ଏଲିଜାବେଥ ଦ୍ଵିତୀୟଙ୍କ ଅନ୍ତିମ ସଂସ୍କାରରେ ସାମିଲ ହେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏଥିଲାଗି ସେ ଲଣ୍ଡନ ଗସ୍ତ କରିବେ। ଭାରତର ପ୍ରତିନିଧି ଭାବେ ସେ ଯୋଗ ଦେବେ। ଆସନ୍ତା ୧୭ରୁ ୧୯ ତାରିଖ ପର୍ଯ୍ୟନ୍ତ ଲଣ୍ଡନରେ ରହିବେ ଦ୍ରୌପଦୀ ମୁର୍ମୁ।

ସେପ୍ଟେମ୍ବର ୮ ତାରିଖରେ ମହାରାଣୀ ଏଲିଜାବେଥଙ୍କର ବିୟୋଗ ହୋଇଥିଲା। ଆସନ୍ତା ୧୯ ତାରିଖରେ ତାଙ୍କର ଅନ୍ତିମ ସଂସ୍କାରର ଆୟୋଜନ କରାଯାଇଛି। ମହାରାଣୀଙ୍କ ଅନ୍ତିମ କ୍ରିୟା ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା ହୋଇଥିବାବେଳେ ଲଣ୍ଡନରେ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ୧୦ ଲକ୍ଷରୁ ଅଧିକ ଲୋକ ଜମା ହେବା ନେଇ ଆକଳନ କରାଯାଇଛି।

ବୁଧବାର ସନ୍ଧ୍ୟା ୫ଟାରୁ ମହାରାଣୀଙ୍କ ପାର୍ଥିବ ଶରୀରକୁ ଲଣ୍ଡନର ‘ୱେଷ୍ଟମିନଷ୍ଟରରେ ଆବେ’ରେ ୧୯ ତାରିଖ ସକାଳ ୬ଟା ୩୦ ପର୍ଯ୍ୟନ୍ତ ରଖାଯିବ। ରାଜ ପରିବାରର ରୀତିନୀତି ଅନୁସାରେ ୧୯ ତାରିଖରେ ଅନ୍ତିମ ସଂସ୍କାର କାର୍ଯ୍ୟ ସମ୍ପନ୍ନ ହେବ।

Tags: #PresidentOfIndia #DraupadiMurumu #QueenElizabethII #Funeral #London

Comment