ଓଡ଼ିଶାଲାଇଭ୍ ବ୍ୟୁରୋ

ଆସନ୍ତା ନଭେମ୍ବର ମାସ ୩ ତାରିଖରେ ହେବ ଧାମନଗର ବିଧାନସଭା ଆସନ ପାଇଁ ଉପନିର୍ବାଚନ। ବିଧାୟକ ବିଷ୍ଣୁ ଚରଣ ସେଠୀଙ୍କ ପରଲୋକ ପରେ ଖାଲି ପଡ଼ିଥିବା ଏହି ଆସନରେ ଉପନିର୍ବାଚ ଲାଗି ଆଜି ନିର୍ବଚାନ କମିଶନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆସନ୍ତା ଅକ୍ଟୋବର ୭ ତାରିଖରେ ଉପନିର୍ବଚାନ ଲାଗି ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇବ।

ସୂଚନା ଅନୁସାରେ ଧାମନଗର ବିଧାନସଭା ଉପନିର୍ବାଚନ ନିମନ୍ତେ ଆସନ୍ତା ଅକ୍ଟୋବର ମାସ ୧୪ ତାରିଖ ପ୍ରାର୍ଥିପତ୍ର ଦାଖଲର ଶେଷ ଦିନ ଧାର୍ଯ୍ୟ କରାଯାଇଥିବାବେଳେ ଅକ୍ଟୋବର ୧୭ ତାରିଖ ପ୍ରାର୍ଥିପତ୍ର ପ୍ରତ୍ୟାହାର ପାଇଁ ସମୟ ରହିଛି। ନଭେମ୍ବର ୩ ତାରିଖରେ ଉପନିର୍ବାଚନ ଲାଗି ଭୋଟ ଗ୍ରହଣ ଏବଂ ନଭେମ୍ବର ୬ ତାରିଖରେ ଭୋଟ ଗଣତି କରାଯାଇ ସେହିଦିନ ଫଳାଫଳ ଘୋଷଣା କରାଯିବ।

ଗତ ସେପ୍ଟେମ୍ବର ୧୯ ତାରିଖରେ କିଡନୀ ରୋଗରେ ପୀଡ଼ିତ ହୋଇ ବିଜେପିର ଟାଣୁଆ ନେତା ତଥା ଧାମନଗର ବିଧାୟକ ବିଷ୍ଣୁ ଚରଣ ସେଠୀଙ୍କର ବିୟୋଗ ଘଟିଲା। ସେବେଠାରୁ ଏହି ଆସନ ଖାଲିପଡ଼ି ଥିବାରୁ ଭାରତୀୟ ନିର୍ବାଚନ କମିଶନ ପକ୍ଷରୁ ଉପନିର୍ବାଚନ ପାଇଁ ବିଜ୍ଞପ୍ତି ଜାରି କରାଯାଇଛି।

ବିଷ୍ଣୁ ଚରଣ ସେଠୀ ଦୁଇ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ସେ ୨୦୦୦ ମସିହାରେ ପ୍ରଥମ ଥର ଚାନ୍ଦବାଲି ବିଧାନସଭା ଆସନରୁ ବିଜୟୀ ହୋଇଥିଲେ। ୨୦୧୯ ମସିହାରେ ସେ ଧାମନଗର ଆସନରୁ ଜିତି ବିଧାୟକ ହୋଇଥିଲେ। ବିଧାନସଭାରେ ବିଭିନ୍ନ ପ୍ରସଙ୍ଗକୁ ନେଇ ସେ ସରକାରଙ୍କୁ ଘେରୁଥିଲେ। ରାଜନୈତିକ ଜୀବନ ପୂର୍ବରୁ ଆରଏସଏସର  ଜଣେ ସକ୍ରିୟ ସଦସ୍ୟ ଥିଲେ ବିଷ୍ଣୁ ରଚଣ ସେଠୀ। ପରେ ସେ ବିଜେପି ଯୁବ ମୋର୍ଚ୍ଚାରେ ସାମିଲ ହୋଇଥିଲେ।

Tags: #Politics #OdishaPolitics #Election #ByElection #DhamnagarByElection #AssemblyByElection

LEAVE A REPLY

Please enter your comment!
Please enter your name here