ଓଡ଼ିଶାଲାଇଭ୍ ବ୍ୟୁରୋ

(ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ବାରିପଦା ବନଖଣ୍ଡ ଅନ୍ତର୍ଗତ ବେତନଟୀ ରେଞ୍ଜରେ ଆହତ ଦନ୍ତାହାତୀର ମୃତ୍ୟୁ ହୋଇଛି। ରବିବାର ଦିନ ଏହି ଆହତ ଦନ୍ତାହାତୀଟିକୁ ଓୟୁଏଟିର ଡାକ୍ତର ଦଳ ଟ୍ରାଙ୍କୁଲାଇଜର ଦ୍ୱାରା ନିସ୍ତେଜ କରି ଚିକିତ୍ସା କରିଥିଲେ।

ତିନି ଚାରି ମାସ ପୂର୍ବରୁ ବେତନଟି ରେଞ୍ଜର ମଶିଣାକାଠି ଜଙ୍ଗଲରେ ଏହି ଦନ୍ତାହାତୀ ଆହତ ହୋଇଥିବା ବନ ବିଭାଗକୁ ସୂଚନା ଦେଇଥିଲେ ଗ୍ରାମବାସୀ। ବହୁ ବିଳମ୍ବରେ ବାରିପଦା ବନବିଭାଗ ସହିତ ଶିମିଳିପାଳ ଅଭୟାରଣ୍ୟର ଡାକ୍ତର ଦଳ ଏବଂ ଓୟୁଏଟିରୁ ଏକ ସ୍ଵତନ୍ତ୍ର ଡାକ୍ତରୀ ଦଳ ଏବଂ ୱାଇଲ୍ଡଲାଇଫ୍ ରେସ୍କ୍ୟୁ ଟିମ୍ ହାତୀର ଚିକିତ୍ସା ପାଇଁ ରବିବାର ଦିନ ମଶିଣାକାଠି ଜଙ୍ଗଲରେ ପହଞ୍ଚିଥିଲେ।

ଆହତ ହାତୀଟିର ଆଜି ମୃତ୍ୟୁ ହୋଇଛି। ହାତୀର ଶବବ୍ୟବଚ୍ଛେଦ କରାଯାଇ ମୃତଦେହକୁ ସେଠାରେ ପୋତାଯିବ ବୋଲି ବନବିଭାଗ ଅଧିକାରୀମାନେ କହିଛନ୍ତି।

Tags: #Baripada #InjuredElephant #ElephantDies

Comment