ଓଡ଼ିଶାଲାଇଭ୍ ବ୍ୟୁରୋ

ଆହୁରି ଶକ୍ତିଶାଳୀ ହେବ ଭାରତୀୟ ବାୟୁସେନା। ବାୟୁସେନାରେ ସାମିଲ ହୋଇଛି ସ୍ୱଦେଶୀ ଲାଇଟ୍ କୋମାଟ ହେଲିକପ୍ଟର(ଏଲସିଏଚ)। ପ୍ରଥମ ଥର ପାଇଁ ବାୟୁସେନାରେ ସାମିଲ ହୋଇଛି ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ଅତ୍ୟାଧୁନିକ ହାଲୁକା ଲଢୁଆ ହେଲିକପ୍ଟର। ଏହାର ନାମ ରଖାଯାଇଛି ‘ପ୍ରଚଣ୍ଡ’। ସୋମବାର ଦିନ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ ବାୟୁସେନା ମୁଖ୍ୟ ଏୟାର ଚିଫ୍ ମାର୍ସାଲ ଭି ଆର୍‌ ଚୌଧୁରୀଙ୍କ ଉପସ୍ଥିତିରେ ରାଜସ୍ଥାନର ଯୋଧପୁର ଏୟାର ବେସରେ ‘ପ୍ରଚଣ୍ଡ’କୁ ଔପଚାରିକ ଭାବେ ବାୟୁସେନାରେ ସାମିଲ କରାଯାଇଛି।

ହାଲ୍‌ ଦ୍ୱାରା ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଏହି ଲଢ଼ୁଅ ହେଲିକପ୍ଟରର ଓଜନ ୫.୮ ଟନ୍। ଏହି ଅତ୍ୟାଧୁନିକ ହେଲିକପ୍ଟର ରାତିରେ ମଧ୍ୟ ଆକ୍ରମଣ କରିବା ପାଇଁ ସକ୍ଷମ। ଏହି ହେଲିକପ୍ଟର ୫,୦୦୦ ମିଟର ଉଚ୍ଚତାରେ ଉଡ଼ାଣ ଭରିବା ସହ ଯେ କୌଣସି ପରିସ୍ଥିତିରେ ଅବତରଣ କରିପାରିବ। ବାୟୁସେନାରେ ସାମିଲ ପୂର୍ବରୁ ଏହି ଅତ୍ୟାଧୁନିକ ହେଲିକପ୍ଟରକୁ ଅନେକ ଥର ଲଦାଖ ଓ ମରୁଭୂମି ଅଞ୍ଚଳରେ ପରୀକ୍ଷାମୂଳକ ଭାବେ ଉଡ଼ାଣ କରାଯାଇଥିବା ଜଣାପଡ଼ିଛି।

ସୂଚନା ଅନୁସାରେ ଗତ ମାର୍ଚ୍ଚ ମାସରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସୁରକ୍ଷା ସମ୍ପର୍କିତ କ୍ୟାବିନେଟ କମିଟି ବୈଠକରେ ୧୫ଟି ସ୍ୱଦେଶୀ ଲଢୁଆ ହେଲିକପ୍ଟର କ୍ରୟ ନିମନ୍ତେ ମଞ୍ଜୁରୀ ପ୍ରଦାନ କରାଯାଇଥିଲା। ସମସ୍ତ ହେଲିକପ୍ଟରକୁ ୩,୩୮୭ କୋଟି ଟଙ୍କାରେ କ୍ରୟ କରାଯାଇଛି। ଏଥିରୁ ୧୦ଟି ବାୟୁସେନାରେ ସାମିଲ କରାଯାଇଛି ଏବଂ ୫ଟି ଭାରତୀୟ ସ୍ଥଳ ସେନାରେ ସାମିଲ କରାଯାଇଛି।

‘ପ୍ରଚଣ୍ଡ’ ସମ୍ପର୍କରେ କିଛି ଜାଣିବା କଥା

ଲାଇଟ୍ କୋମାଟ ହେଲିକପ୍ଟର(ଏଲସିଏଚ) ହେଉଛି ବିଶ୍ଵର ଏକ ମାତ୍ର ଲଢ଼ୁଆ ହେଲିକପ୍ଟର। ଏହା ବହୁ ପରିମାଣ ମିସାଇଲ ଏବଂ ଯୁଦ୍ଧାସ୍ତ୍ର ଓ ଇନ୍ଧନ ସହ ୫,୦୦୦ ମିଟର ଉଚ୍ଚତା ପର୍ଯ୍ୟନ୍ତ ଉଡ଼ାଣ ଭରି ପାରିବ। ଏହି ଲଢ଼ୁଆ ହେଲିକପ୍ଟରର ନାମ ରହିଛି ‘ପ୍ରଚଣ୍ଡ’। ଏଥିରେ ୫.୮ ଟନ୍ ବର୍ଗର ଡବଲ ଇଞ୍ଜିନ ରହିଛି। ଏହାର ଓଜନ ରହିଛି ମାତ୍ର ୬ ଟନ। ସର୍ଜିକାଲ ଷ୍ଟ୍ରାଇକରେ ବ୍ୟବହାର ହୋଇପାରିବ ଏଲସିଏଚ। ଶତ୍ରୁର ରାଡାରକୁ ଏହା ସହଜରେ ଠାବ କରିପାରିବ ‘ପ୍ରଚଣ୍ଡ’। ଘଣ୍ଟା ପ୍ରତି ସର୍ବାଧିକ ୨୭୦ କିଲୋମିଟର ବେଗରେ ଉଡ଼ିପାରିବ ‘ପ୍ରଚଣ୍ଡ’।

Tags: #LCH #LightComatHelicopter #Prachanda #Jodhpur #IndianAirForce

Comment