ଓଡ଼ିଶାଲାଇଭ୍ ବ୍ୟୁରୋ

ମାଟିରେ ମିଶିବାକୁ ଯାଉଛି ଝିଣ୍ଟି ଶାସନ ସ୍ଥିତ ତ୍ରାହି ଅଚ୍ୟୁତ ଆଶ୍ରମ। ତ୍ରାହି ଅଚ୍ୟୁତ ନଗର ମୌଜାରେ ଗଢ଼ିଥିବା ବେଆଇନ କୋଠାଗୁଡ଼ିକୁ ମାଟିରେ ମିଶାଇବାର ପ୍ରକ୍ରିୟା ଆରମ୍ଭ କରିଛି ବିଡିଏ। ଆଜି ପୋଲିସ୍ ଏବଂ ବିଡିଏର ମିଳିତ ଟିମ ଉଚ୍ଛେଦ ଆରମ୍ଭ କରିଥିଲେ। ଏହାକୁ ବିରୋଧ କରି ସମ୍ପୃକ୍ତ ଅଞ୍ଚଳରେ ଉତ୍ତେଜନା ଦେଖିବାକୁ ମିଳିଛି।

ଦିନେ ଚର୍ଚ୍ଚାରେ ରହିଥିଲା ଝିଣ୍ଟି ଶାସନ ସ୍ଥିତ ତ୍ରାହି ଅଚ୍ୟୁତ ଆଶ୍ରମ। ନିଜର ଦୁଃଖ ଦୂର କରିବାକୁ ରାଜ୍ୟ ତଥା ରାଜ୍ୟ ବାହାରୁ ଏଠାକୁ ଶ୍ରଦ୍ଧାଳୁ ଆସୁଥିଲେ। ତ୍ରାହି ଅଚ୍ୟୁତ ଆଶ୍ରମର ପ୍ରତିଷ୍ଠାତା ସୁରେନ୍ଦ୍ର ନାଥ ମିଶ୍ର(ସୁର ବାବା) ଲୋକଙ୍କୁ ସେମାନଙ୍କ ଭାଗ୍ୟ ଭବିଷ୍ୟତ ସମ୍ପର୍କରେ କହିବା ସହ ସମସ୍ୟାର ସମାଧାନ ବାଟ ବତାଉ ଥିଲେ। ଧୀରେ ଧୀରେ ଆଶ୍ରମ ଆସୁଥିବା ଶ୍ରଦ୍ଧାଳୁଙ୍କ ସଂଖ୍ୟା ବଢ଼ିବାକୁ ଲାଗିଲା।

ପରେ ଆଶ୍ରମ ଆସୁଥିବା ଅଧିକାଂଶ ଭକ୍ତ ତ୍ରାହି ଅଚ୍ୟୁତ ନଗରରେ ଜାଗା ଏବଂ ଘର କିଣି ରହିବା ଆରମ୍ଭ କରିଥିଲେ। ୨୦୧୫ ମସିହା ଅଗଷ୍ଟ ୧୫ ତାରିଖରେ ସୁର ବାବାଙ୍କୁ ଗିରଫ କରାଯିବା ପରେ ଘରଗୁଡ଼ିକ ବେଆଇନ ଭାବେ ନିର୍ମାଣ କରାଯାଇଥିବା ଜଣାପଡ଼ିଥିଲା। ଆଜି ଏହି ବେଆଇନ ନିର୍ମାଣ କୋଠାଗୁଡ଼ିକୁ ଭଙ୍ଗା ଯାଉଛି।

Tags: #Jhinti #TrahiAchyutAshram #BDA #Police #Demolition

Comment