ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ଶୀତ ଦିନ ଆସିଲେ ଅନେକ ଲୋକ ପାଦ ଫଟା ଏବଂ ରୁପି ସମସ୍ୟାକୁ ନେଇ ଚିନ୍ତାରେ ପଡ଼ିଯାଆନ୍ତି। ଶୀତ ଦିନରେ ଅନେକ ଚର୍ମ ରୋଗର ଶିକାର ମଧ୍ୟ ହୋଇଥାନ୍ତି। କାରଣ ଶୀତ ଦିନେ ଚର୍ମରୁ ଜଳୀୟ ଅଂଶ ଏବଂ ତୈଳ ଅଂଶ କମି ଯାଇଥାଏ ଯାହା ଫଳରେ ଏହି ସମସ୍ୟା ଦେଖାଦେଇଥାଏ ବୋଲି କୁହନ୍ତି ଚର୍ମରୋଗ ବିଶେଷଜ୍ଞ ଡାକ୍ତର କିଶନ ଅଗରୱାଲ।

ଶୀତ ଋତୁ ଆସିବା ମାତ୍ରେ ଆମ ଶରୀରରେ ବିଭିନ୍ନ ଚର୍ମ ରୋଗ ଦେଖାଦେଇଥାଏ। ସୋରିଆସିସ୍, ବିଭିନ୍ନ ଫଙ୍ଗଲ ଇନଫେକ୍ସନ, ପାଦ ଫାଟିବା ଏବଂ କେଶରେ ରୁପି ସମସ୍ୟା ଭଳି ଅନେକ ସମସ୍ୟାକୁ ନେଇ ଲୋକ ଚିନ୍ତିତ ହୋଇପଡ଼ନ୍ତି। କେମିତି ଏହି ସମସ୍ୟାରୁ ମୁକ୍ତି ପାଇବା? ଏହାର କାରଣ, ଚିକିତ୍ସା ଓ ଘରୋଇ ଉପଚାର ବିଷୟରେ ବିଶିଷ୍ଟ ଚର୍ମରୋଗ ବିଶେଷଜ୍ଞ ଡାକ୍ତର କିଶନ ଅଗରୱାଲ କ’ଣ କହୁଛନ୍ତି ଆସନ୍ତୁ ଜାଣିବା ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓରେ।

Tags: #SkinDisease #Winter #FungalInfection #Treatment #CrackHeels #Dandruff #DoctorAdvice

LEAVE A REPLY

Please enter your comment!
Please enter your name here