ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ବର୍ତ୍ତମାନ ଡେଙ୍ଗୁ ଜ୍ଵରକୁ ନେଇ ଲୋକଙ୍କ ମଧ୍ୟରେ ଆତଙ୍କ ଦେଖିବାକୁ ମିଳୁଛି। କିନ୍ତୁ ଡେଙ୍ଗୁକୁ ନେଇ ଡରିବାର କୌଣସି କାରଣ ନାହିଁ। ଏଡିସ ମଶା କାମୁଡ଼ିକା ଯୋଗୁଁ ଡେଙ୍ଗୁ ହୋଇଥାଏ। ଆଜିର ଦିନରେ ମଶା ଦାଉରୁ ରକ୍ଷା ପାଇବା ପାଇଁ ପ୍ରଥମେ ସମସ୍ତଙ୍କୁ ସଜାଗ ରହିବା ଆବଶ୍ୟକ। ଠିକ୍ ସମୟରେ ଡେଙ୍ଗୁ ରୋଗର ଲକ୍ଷଣକୁ ଚିହ୍ନଟ କରି ଡାକ୍ତରଙ୍କ ପରାମର୍ଶରେ ଚିକିତ୍ସା କରାଇଲେ ଏଥିରୁ ମୁକ୍ତି ମିଳିପାରିବ ବୋଲି କୁହନ୍ତି ଡାକ୍ତର ଶ୍ରୀକାନ୍ତ କୁମାର ଧର।

ଡେଙ୍ଗୁ ଏକ ଭୂତାଣୁ ଜନିତ ରୋଗ। ଡେଙ୍ଗୁ ଭାଇରସ୍‌ କେମିତି ସଂକ୍ରମଣ କରେ? କ’ଣ ରହିଛି ଏହାର ଜଟିଳତା? ଏନେଇ ବିଶିଷ୍ଟ ଭେଷଜ ବିଶେଷଜ୍ଞ ଡାକ୍ତର ଶ୍ରୀକାନ୍ତ କୁମାର ଧର କ’ଣ କହୁଛନ୍ତି ଆସନ୍ତୁ ଜାଣିବା ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓରେ।

Tags: #Dengue #DengueFever #Symptoms #Test #DoctorAdvice #HealthCare

Comment