ଓଡ଼ିଶାଲାଇଭ୍ ବ୍ୟୁରୋ

ବ୍ଲାକମେଲ କରି ଟଙ୍କା ମାଗିବା ଅଭିଯୋଗରେ ଗିରଫ ହୋଇ ଜେଲରେ ଥିବା ଅର୍ଚ୍ଚନା ନାଗ ହାଜର ହୋଇଛନ୍ତି ଭୁବନେଶ୍ୱର ଏସଡିଜେଏମ୍ କୋର୍ଟରେ। ଓଡ଼ିଆ ସିନେମା ପ୍ରଯୋଜକ ଅକ୍ଷୟ ପରିଜାଙ୍କୁ ବ୍ଲାକମେଲ କରି ୩ କୋଟି ଟଙ୍କା ମାଗିବା ଅଭିଯୋଗ ମାମଲାରେ ବୁଧବାର ଦିନ ଅର୍ଚ୍ଚନାଙ୍କୁ କୋର୍ଟରେ ହାଜର କରାଯାଇଥିଲା। କୋର୍ଟକୁ ଯିବା ସମୟରେ ତଥ୍ୟ ପ୍ରମାଣ ନଥାଇ ମିଛ ଖବର ପ୍ରସାରଣ ନକରିବାକୁ ସେ ଗଣମାଧ୍ୟମକୁ କହିଥିଲେ। ସେ ଆହୁରି ମଧ୍ୟ କହିଥିଲେ “ସମୟ ଆସିଲେ ସବୁ କହିବି।”

ପୋଲିସର କଡ଼ା ସୁରକ୍ଷା ମଧ୍ୟର ଅର୍ଚ୍ଚନା ନାଗଙ୍କୁ ଭୁବନେଶ୍ୱର ଏସଡିଜେଏମ୍ କୋର୍ଟରେ ହଜାର କରାଯାଇଥିଲା। କୋର୍ଟରେ ହାଜର ହେବା ପରେ ପୋଲିସର ସୁରକ୍ଷା ବଳୟରେ ପୁଣି ଜେଲ୍ ଫେରିଛନ୍ତି ଅର୍ଚ୍ଚନା। କୋର୍ଟ ମାମଲାର ବିଚାର କରି ରାୟ ସଂରକ୍ଷିତ ରଖିଛନ୍ତି।

ଅର୍ଚ୍ଚନା ନାଗଙ୍କ ବିରୋଧରେ ନୟାପଲ୍ଲୀ ଥାନାରେ ଅଭିଯୋଗ କରିଥିଲେ ଅକ୍ଷୟ ପରିଜା। ଅଭିଯୋଗ ଥିଲା ଜଣେ ଯୁବତୀଙ୍କୁ ମୋହରା କରି ଅକ୍ଷୟ ପରିଜାଙ୍କ ଆପତ୍ତିଜନକ ଫଟୋ ଉତ୍ତୋଳନ କରିବା ସହ ବ୍ଲକମେଲ କରି ତାଙ୍କୁ ୩ କୋଟି ଟଙ୍କା ମାଗିଥିଲେ ଅର୍ଚ୍ଚନା। ଟଙ୍କା ନଦେଲେ ଫଟୋ ଏବଂ ଭିଡଓ ଭାଇରାଲ କରିଦେବାକୁ ସେ ଧମକ ମଧ୍ୟ ଦେଉଥିଲେ।

ଅର୍ଚ୍ଚନା ଗିରଫ ହେବା ପରେ ହନିଟ୍ରପ କରି ଅନେକ ନେତା, ମନ୍ତ୍ରୀ, ବିଲ୍ଡର ଏବଂ ଅନେକ ବଡ଼ ବଡ଼ିଆଙ୍କଠାରୁ ଟଙ୍କା ଆଦୟ କରିଥିବା ଘଟଣା ସମ୍ନାକୁ ଆସିଥିଲା। ଏହାକୁ ନେଇ ରାଜ୍ୟ ରାଜନୀତିରେ ମଧ୍ୟ ଝଡ଼ ଦେଖିବାକୁ ମିଳିଥିଲା।

Tags: #ArchanaNaag #Blackmail #Court #Jail #Crime

Comment