ଓଡ଼ିଶାଲାଇଭ୍ ବ୍ୟୁରୋ

ଶାନ୍ତିଲତା ବାରିକ ଛୋଟରାୟ ଓଡ଼ିଆ ଭକ୍ତି ସଙ୍ଗୀତର ଜଣେ ଅତି ପରିଚିତ ଓ ଆପଣାର ନାଁ। ନିଜ କଣ୍ଠର ମିଠାପଣ ସହିତ ଅପୂର୍ବ ଭକ୍ତି ଭାବନା ଯୋଡ଼ି ସେ ଯେଉଁ ସଙ୍ଗୀତ ପରିବେଷଣ କରନ୍ତି, ତାହା ଶ୍ରୋତାଙ୍କ ଭିତରେ ଭକ୍ତି, ସମର୍ପଣ ଏବଂ ବିଭୁ ଚେତନା ସୃଷ୍ଟି କରେ। ସେ ଗାଇଥିବା ଭକ୍ତି ସଙ୍ଗୀତ ପ୍ରତି ଦେଶ ବିଦେଶରେ ଲୋକଙ୍କର ବେଶ୍ ଆଦର ରହିଛି। ତାଙ୍କ ଭଜନ ଓଡ଼ିଶାର କଳା, ସଂସ୍କୃତି ଏବଂ ଶ୍ରୀ ଜଗନ୍ନାଥଙ୍କ ସହ ଲୋକଙ୍କୁ ଯୋଡ଼ିବାରେ ସକ୍ଷମ ହୋଇପାରିଛି।

‘ନାମରେ ଆସିଛି ନାମରେ ମୁଁ ଯିବି’ ଶାନ୍ତିଲତା ବାରିକଙ୍କର ଏକ ଲୋକପ୍ରିୟ ଭଜନ। ଯାହା ଜଗନ୍ନାଥ ପ୍ରେମୀଙ୍କ ହୃଦୟକୁ ବେଶ ଚୁଇଁ ପାରିଛି। ଏହି ଗୀତରେ ଶାନ୍ତିଲତା ବାରିକ କହିବାକୁ ଚାହୁଁନ୍ତି। ନାମରେ ଆସିଛି ନାମରେ ମୁଁ ଯିବି, ନାମରେ ମୋ ଘରଦ୍ଵାର। ନାମ ହିଁ ବ୍ରହ୍ମ ଏବଂ ନାମରେ ହିଁ ବ୍ରହ୍ମ। ନାମ ହିଁ ଶରୀରକୁ ସାର୍ଥକ କରିଥାଏ। ରାତି ଦିନ ହରେ କୃଷ୍ଣ ହରେ କୃଷ୍ଣ ଭଜି ଏ ନାମ ଏବଂ ଜୀବନକୁ ସର୍ଥକ କରିବାକୁ କହୁଛନ୍ତି ଶାନ୍ତିଲତା ବାରିକ।

ତାଙ୍କର ପ୍ରତିଟି ଭଜନ ସେ କାଳିଆ ସାଆନ୍ତ ଏବଂ ଶ୍ରୀକୃଷ୍ଣଙ୍କ ଲାଗି ସମର୍ପଣ କରିଥିବା ଦେଖିବାକୁ ମିଳେ। ତାଙ୍କର ପ୍ରତିଟି ଭଜନ ଭାବପୂର୍ଣ୍ଣ ଏବଂ ଶ୍ରୁତି ମଧୂର। ଓଡ଼ିଆ ଭଜନ ପ୍ରତି ଶାନ୍ତିଲତା ବାରିକ୍‌ ଛୋଟରାୟଙ୍କର ବିଶେଷ ଅବଦାନ ରହିଛି।

Tags: #ShantilataBarik #OdiaSong #Bhajana #ClassicalMusic #OdiaBhajana

LEAVE A REPLY

Please enter your comment!
Please enter your name here