ଓଡ଼ିଶାଲାଇଭ୍ ବ୍ୟୁରୋ

ଆଗାମୀ ଦିନରେ ଶିକ୍ଷା ଉତ୍ତମ ଗୁଣବତ୍ତା ଉପରେ ପର୍ଯ୍ୟବେସିତ ହେବା ଉଚିତ। ସେଥିପାଇଁ ଶିକ୍ଷାଦାନ ଏବଂ ପାଠ୍ୟକ୍ରମ ପ୍ରସ୍ତୁତିରେ ଜଡ଼ିତ ଥିବା ବିଶେଷଜ୍ଞମାନେ ଏବେଠାରୁ ଚିନ୍ତା କରିବା ଆବଶ୍ୟକ ବୋଲି ‘୨୦୫୦ ମସିହାରେ ଓଡ଼ିଶାରେ ଶିକ୍ଷା’ ଶୀର୍ଷକ ଆଲୋଚନାଚକ୍ରରେ ମତ ପ୍ରକାଶ ପାଇଛି।

ଭୁବନେଶ୍ଵରର ଗଣମାଧ୍ୟମ ଅନୁଷ୍ଠାନ ‘ବିଜ୍ଞାପନ’ର ୨୦ତମ ପ୍ରତିଷ୍ଠା ଦିବସ ଅବସରରେ ‘ବିଜ୍ଞାପନ’ ଏବଂ ‘ଉତ୍କଳ ଚାମ୍ବର ଅଫ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି ଲିମିଟେଡ’(ୟୁସିସିଆଇଏଲ) ପକ୍ଷରୁ ମିଳିତ ଭାବେ ‘୨୦୫୦ ମସିହାରେ ଓଡ଼ିଶାରେ ଶିକ୍ଷା’ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ଵଦ୍ୟାଳୟର କୁଳପତି ପ୍ରଫେସର ଡକ୍ଟର ପ୍ରଭାତ କୁମାର ରାଉଳ, ୟୁସିସିଆଇଏଲର ସଭାପତି ବ୍ରହ୍ମା ମିଶ୍ର, ଓଡ଼ିଶା ଷ୍ଟାଫ ସିଲେକସନ କମିଶନର ପୂର୍ବତନ ଅଧ୍ୟକ୍ଷ ପ୍ରଫେସର ମହମ୍ମଦ ନଓ୍ଵାଜ ହାସନ, ବଡ଼ବିଲ କଲେଜର ଅବସରପ୍ରାପ୍ତ ଅଧ୍ୟକ୍ଷ ଡକ୍ଟର ମାଧବଚନ୍ଦ୍ର ମିଶ୍ର ଏବଂ ନାଲକୋର ଅବସରପ୍ରାପ୍ତ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡକ୍ଟର ବି କେ ଶତପଥୀ ପ୍ରମୁଖ ଆଲୋଚକ ଭାବେ ଯୋଗ ଦେଇ ରାଜ୍ୟର ଶିକ୍ଷା ବ୍ୟବସ୍ଥା ସମ୍ପର୍କରେ ଆଲୋଚନା କରିଥିଲେ।

ଆଗାମୀ ୩୦ ବର୍ଷ ପରେ ଓଡ଼ିଶାର ଶିକ୍ଷା ବଳୟ କିଭଳି ହେବା ଉଚିତ ସେ ସମ୍ପର୍କରେ ମତ ଉପସ୍ଥାପନ କରିଥିଲେ। ଏହି ଅବସରରେ ‘ବିଜ୍ଞାପନ’ ଦ୍ଵାରା ପ୍ରକାଶିତ ‘ବିଜ୍ଞାପନ କ୍ୟାରିୟର ଗାଇଡ-୨୦୨୨’କୁ ଅତିଥିମାନେ ଉନ୍ମୋଚନ କରିଥିଲେ। ବିଜ୍ଞାପନର ପ୍ରକଳ୍ପ ନିର୍ଦ୍ଦେଶକ ମନୋଜ ପୃଷ୍ଟିଙ୍କ ସଭାପତିତ୍ଵରେ ଅନୁଷ୍ଠିତ ଏହି ଆଲୋଚନାଚକ୍ରରେ କ୍ୟାରିୟର ଗାଇଡର ସମ୍ପାଦକ ଦିଲ୍ଲୀପ ମିଶ୍ର ସ୍ଵାଗତ ଭାଷଣ ଦେଇଥିବାବେଳେ ୟୁସିସିଆଇଏଲର ସମ୍ପାଦକ ଅଶୋକ ସାରଦା ଆଲୋଚନାଚକ୍ରର ନର୍ଯ୍ୟାସ ଉପସ୍ଥାପନ କରିଥିଲେ।

ଏହି ଅବସରରେ ଉନ୍ମୋଚିତ ହୋଇଥିବା କ୍ୟାରିୟର ଗାଇଡରେ ଓଡ଼ିଶାରେ ଥିବା ଜାତୀୟ ଏବଂ ରାଜ୍ୟସ୍ତରୀୟ ଶିକ୍ଷାନୁଷ୍ଠାନ, ସରକାରୀ ଓ ଘରୋଇ ବିଶ୍ଵବିଦ୍ୟାଳୟ, ବିଭିନ୍ନ ପାଠ୍ୟକ୍ରମ ପାଇଁ ଅନୁବନ୍ଧନ ଦେଉଥିବା ଜାତୀୟ ଏବଂ ରାଜ୍ୟସ୍ତରୀୟ ଅନୁଷ୍ଠାନ, ଟ୍ୟୁଟୋରିଆଲ ଏବଂ କୋଚଂ ସେଣ୍ଟର ଆଦି ସମ୍ପର୍କରେ ତଥ୍ୟ ରହିଛି।

Tags: #Education #QualityEducation #Seminar #Bigyapan #UCCIL

Comment