ଓଡ଼ିଶାଲାଇଭ୍ ବ୍ୟୁରୋ

(ଜୟପୁର): ଗୋଟିଏ ଗଛରୁ ଦୁଇଜଣଙ୍କର ଝୁଲନ୍ତା ଶବ ଉଦ୍ଧାର କରିଛି ପୋଲିସ। ଏହି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ବୋରିଗୁମ୍ମା ଥାନା ଅନ୍ତର୍ଗତ ଆଉଳି ଗାଁ ନିକଟରେ।

ଆଉଳି ଗାଁ ରାସ୍ତା କଡ଼ରେ ଥିବା ଏକ ଗଛରେ ଜଣେ ଯୁବକ ଏବଂ ଜଣେ ଯୁବତୀଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖିଥିଲେ ସ୍ଥାନୀୟ ଲୋକେ। ଏହା ପରେ ବୋରିଗୁମ୍ମା ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

ମୃତକମାନେ ହେଲେ ମଝିଆ ଏବଂ ବଡ଼ ମଝିଆ ଗାଁର। ପ୍ରେମ ସମ୍ପର୍କକୁ ନେଇ ଦୁହେଁ ଆତ୍ମହତ୍ୟା କରିଥିବା ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।

Tags: #Death #Hanging #Police #Boriguma #Koraput

Comment