ଓଡ଼ିଶାଲାଇଭ୍ ବ୍ୟୁରୋ

ଟେଲିଭିଜନ ଜଗତର ଜଣାଶୁଣା ଅଭିନେତା ସିଦ୍ଧାନ୍ତ ବୀର ସୂର୍ଯ୍ୟବଂଶୀଙ୍କ ମୃତ୍ୟୁ ହୋଇଛି। ଜିମ୍‌ରେ ବ୍ୟାୟାମ କରୁଥିବାବେଳେ ତାଙ୍କର ହୃଦଘାତରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତ୍ୟୁବେଳକୁ ତାଙ୍କୁ ୪୬ ବର୍ଷ ହୋଇଥିଲା।

ଜିମ୍‌ରେ ବ୍ୟାୟାମ କରୁଥିବାବେଳେ ହଠାତ୍ ଅଚେତ୍ ହୋଇପଡିଥିଲେ ସିଦ୍ଧାନ୍ତ। ତାଙ୍କୁ ତୁରନ୍ତ ସ୍ଥାନୀୟ ଡାକ୍ତରଖାନକୁ ନିଆଯାଇଥିଲେ ବି ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ରାଜୁ ଶ୍ରୀବାସ୍ତବ ଓ ଦୀପେଶ ଭାନଙ୍କ ପରେ ଏହା ହେଉଛି ଜିମ୍‌ରେ ଅଭିନେତାଙ୍କ ମୃତ୍ୟୁର ତୃତୀୟ ଘଟଣା। ସିଦ୍ଧାନ୍ତ ଲୋକପ୍ରିୟ ସିରିଏଲ ‘କୁସୁମ’, ୱାରିସ୍’ ଓ ‘ସୂର୍ଯ୍ୟପୁତ୍ର କରଣ’ରେ ଅଭିନୟ କରି ପ୍ରଶଂସା ସାଉଁଟିଥିଲେ। ଫିଟନେସକୁ ନେଇ ସିଦ୍ଧାନ୍ତ ବେଶ୍ ସତର୍କ ଥିଲେ।

Comment