ଓଡ଼ିଶାଲାଇଭ ବ୍ୟୁରୋ

ଓଲିଉଡର ଜଣାଶୁଣା ଅଭିନେତ୍ରୀ ଉଷଶୀ ମିଶ୍ର । ମଡେଲିଂରୁ ଅଭିନୟ ଦୁନିଆକୁ ଆସିଥିଲେ। ଧର୍ମର ହେବ ଜୟ, ଧର୍ମ ନିକିତି, ରହିଛି ରହିବି ତୋରି ପାଇଁ ଭଳି ସୁପରହିଟ୍ ଫିଲ୍ମରେ ଅଭିନୟ କରି ସେ ଦର୍ଶକଙ୍କ ମନ ଜିଣିବା ପରେ ଯାତ୍ରା ଦୁନିଆରେ ଏଣ୍ଟ୍ରି କରିଥିଲେ। ଯାତ୍ରା ମଞ୍ଚରେ ମଧ୍ୟ ଦମଦାର ଅଭିନୟ କରି ସେ ସମସ୍ତଙ୍କୁ ଚମକାଇ ଦେଇଥିଲେ। ତେବେ ବଡ଼ ପରଦାରେ ଜଣେ ହିରୋଇନ ହୋଇ ସେ କାହିଁକି ଯାତ୍ରାକୁ ଆସିଲେ ବୋଲି କେହି ପଚାରିଲେ ସେ କହନ୍ତି,‘‘ଯାତ୍ରାକୁ ମୁଁ ପଇସା ପାଇଁ ଆସିଥିଲି।’’

“ଯାତ୍ରାକୁ ମୁଁ କେବଳ ପଇସା ପାଇଁ ଯାଇଥିଲି। ଯାତ୍ରାରେ ଯୋଗ ଦେବା ପୂର୍ବରୁ କେବେ ଭାବି ନଥିଲି ଯେ ବେଶି କ୍ରିଏଟିଭିଟି ପାଇଁ ଯୋଗ ଦେବି ବୋଲି। ଯାତ୍ରାରେ କାମ ଆରମ୍ଭ କରିବା ପରେ ଅନୁଭବ ହେଲା ଯେ, ଯାତ୍ରାରେ ଅଭିନୟ କରିବାର ଭିନ୍ନ ଏକ ମଜା ରହିଛି”, କହିଛନ୍ତି ଉଷଶୀ ମିଶ୍ର।

ସେ ଆଉ ମଧ୍ୟ କହିଛନ୍ତି, “ଟେଲିଭିଜନ, ସିନେମା ଓ ଯାତ୍ରାର ଫର୍ମାଟ ଅଲଗା ଅଲଗା। ଲୋକ ଭାବନ୍ତି ଯାତ୍ରାରେ ଅଭିନୟ କରିବା ଖୁବ କଷ୍ଟ ଓ ସିନେମାରେ ଅଭିନୟ କରିବା ସହଜ। କିନ୍ତୁ ଏହା ସତ ନୁହେଁ। ଯାତ୍ରାରେ ଅଭିନୟ କରିବା ସହଜ କାରଣ ଆପଣ ନିଜ ଇମୋସନକୁ ବଜାୟ ରଖି ଅଭିନୟ କରିଥାନ୍ତି, କିନ୍ତୁ ସିନେମା ବା ଟେଲିଭିଜନରେ ଗୋଟିଏ ସଟ୍ ପରେ ଆପଣଙ୍କୁ ବ୍ରେକ୍ ଦେଇ ପୁଣି ଆଉ ଗୋଟେ ସଟ୍ ପାଇଁ ପ୍ରସ୍ତୁତ ହେବାକୁ ପଡ଼େ। ଯାହା ଦ୍ଵାରା ଆପଣଙ୍କ ଇମୋସନ ବଦଳିଯାଏ। ଜଣେ କଳାକାର ପାଇଁ ନିଜ ଇମୋସନକୁ ବଜାୟ ରଖିବା ନିହାତି ଜରୁରୀ। ”

ନିଜ ଯାତ୍ରା ଜୀବନରେ ଏକ ଛାତିଥରା ଘଟଣା ସାମ୍ନା କରିବା ପରେ ସେ ଯାତ୍ରା ଛାଡ଼ିଦେଇଥିବା କହିଛନ୍ତି। ବର୍ତ୍ତମାନ ସେ ସିନେମା ଏବଂ ଟେଲିଭିଜନରେ ଖୁବ ସକ୍ରିୟ ଅଛନ୍ତି।

ଅଭିନେତ୍ରୀ ଉଷଶୀ ମିଶ୍ର। ଓଡ଼ିଆ ସିନେମା ଓ ଟେଲିଭିଜନ ଜଗତର ଏକ ଚର୍ଚ୍ଚିତ ଚେହେରା। ନିଜ ନିଖୁଣ ଅଭିନୟ ପାଇଁ ସେ ଅନେକ ପ୍ରଂଶସା ସାଉଁଟିଛନ୍ତି। ସିନେମା ଓ ଟେଲିଭିଜନ ପରେ ଯାତ୍ରାରେ ଅଭିନୟ କରିବା ଆରମ୍ଭ କଲେ। ନିଜ ଯାତ୍ରା ଅଭିନୟ ବିଷୟରେ ଅନେକ ଖଟା ମିଠା ସ୍ମୃତି ସେୟାର କରିଛନ୍ତି ଉଷଶୀ ମିଶ୍ର। ଦେଖନ୍ତୁ ସଂପୂର୍ଣ୍ଣ ଭିଡିଓ…

Tags: #UsasiMishra #Jollywood #Acting #Cinema #Television #LifeStory

LEAVE A REPLY

Please enter your comment!
Please enter your name here