ଓଡ଼ିଶାଲାଇଭ୍ ବ୍ୟୁରୋ

କଟକ ବାଲିଯାତ୍ରାରେ ବିଶ୍ଵ ରେକର୍ଡ। କାଗଜ ଡଙ୍ଗା ତିଆରି କରି ବିଶ୍ଵ ରେକର୍ଡ କଲେ ୨୨ ସ୍କୁଲର ୩ ହଜାର ଛାତ୍ରଛାତ୍ରୀ। କଟକ ମହାନଗର ନିଗମକୁ ମିଳିଲା ଗିନିଜ୍ ବୁକ୍ ଅଫ୍ ରେକର୍ଡସ୍‌ର ସାର୍ଟିଫିକେଟ।

ବାଲିଯାତ୍ରାରେ ବିଶ୍ଵ ରେକର୍ଡ କରିବାକୁ ଏକ ନିଆରା ଯୋଜନା କରି ୨୫ ହଜାରରୁ ଅଧିକ କାଗଜ ଡଙ୍ଗା ତିଆରି କରାଯାଇଥିଲା। କଟକର ୨୨ ସ୍କୁଲର ପ୍ରାୟ ୩ ହଜାରରୁ ଅଧିକ ଛାତ୍ରଛାତ୍ରୀ ଏକାଠି ହୋଇ ଡଙ୍ଗା ତିଆରି କରିଥିଲେ। ଡଙ୍ଗା ତିଆରି କରିବା ପରେ ଗଣା ଯାଇଥିଲା। ୨୫ ହଜାର ଡଙ୍ଗା ତିଆରି କରି ଛାତ୍ରଛାତ୍ରୀମାନେ ଏହି ବିଶ୍ଵ ରେକର୍ଡ କରିଛନ୍ତି।

ବାରବାଟୀ ଷ୍ଟାଡିୟମ ଠାରେ ଆଜି ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବିଶ୍ଵ ରେକର୍ଡ ସାର୍ଟିଫିକେଟ ଦେବାକୁ ସ୍ଵତନ୍ତ୍ର ଅତିଥି ଯୋଗ ଦେଇଥିଲେ। ମେୟର ସୁବାସ ସିଂ, ଜିଲ୍ଲାପାଳ ଡକ୍ଟର ଭବାନୀ ଶଙ୍କର ଚୟନୀ, ସିଏମସି କମିଶନର ନିଖିଲ ପବନ କଲ୍ୟାଣ ଉପସ୍ଥିତ ରହି ଗିନିଜ ୱାର୍ଲ୍ଡ ବୁକ୍ ରେକର୍ଡ ସାର୍ଟିଫିକେଟ ଗ୍ରହଣ କରିଛନ୍ତି।

 

Tags: #CuttackMunicipalCorporation #GuinnessWorldRecord #PaperBoat #Cuttack #Balijatra

LEAVE A REPLY

Please enter your comment!
Please enter your name here