ଓଡ଼ିଶାଲାଇଭ୍ ବ୍ୟୁରୋ

କେନ୍ଦ୍ର କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ଏ ବର୍ଷର ଜାତୀୟ କ୍ରୀଡ଼ା ପୁରସ୍କାର ଘୋଷଣା କରାଯାଇଛି। ଏଥିରେ ଏକମାତ୍ର ଓଡ଼ିଆ ଭାବେ ଭାରତୀୟ ହକି ଦଳର ମହିଳା ଖେଳାଳି ଦୀପଗ୍ରେସ୍ ଏକ୍କା ଅର୍ଜୁନ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି। ଦ୍ଵିତୀୟରେ ଓଡ଼ିଶାର କଳିଙ୍ଗ ଇନଷ୍ଟିଚୁଟ୍ ଅଫ ଇଣ୍ଡଷ୍ଟ୍ରିଆଲ ଟେକ୍ନୋଲୋଜି(କିଟ୍)କୁ ରାଷ୍ଟ୍ରୀୟ ଖେଳ ପ୍ରୋତ୍ସାହନ ପୁରସ୍କାର ମିଳିବ। ଏହି ପୁରସ୍କାର ରାଷ୍ଟ୍ରପତି ଭବନରେ ଆସନ୍ତା ନଭେମ୍ବର ୩୦ ତାରିଖରେ ଦିଆଯିବ।

ଭାରତୀୟ ମହିଳା ହକି ଦଳର ହକି ଖେଳାଳି ଦୀପଗ୍ରେସ୍ ଏକ୍କା ଦ୍ଵାଦଶ ଓଡ଼ିଆ କ୍ରୀଡ଼ାବିତ୍ ଭାବେ ଅର୍ଜୁନ ପୁରସ୍କାର ପାଇବେ। ଜ୍ୟୋତି ସୁନିତା କୁଲ୍ଲୁଙ୍କ ପରେ ଦ୍ଵିତୀୟ ଓଡ଼ିଆ ମହିଳା ହକି ଖେଳାଳି ଭାବେ ଦୀପଗ୍ରେସ୍ ଏହି ପୁରସ୍କାର ପାଇବେ।

ଅର୍ଜୁନ ପୁରସ୍କାର ପାଇବାରେ ଦୀପଗ୍ରେସ୍ ରାଜ୍ୟର ଷଷ୍ଠ ହକି ଖେଳାଳି ହେବେ। ପୂର୍ବରୁ ଦିଲୀପ ତିର୍କୀ, ଜ୍ୟୋତି ସୁନିତା କୁଲ୍ଲୁ, ଇଗ୍ନେସ୍ ତିର୍କୀ, ବିରେନ୍ଦ୍ର ଲାକ୍ରା, ଅମିତ ରୋହିଦାସ  ଓଡ଼ିଶାରୁ ହକି ଖେଳାଳି ଭାବେ ଅର୍ଜୁନ ପୁରସ୍କାର ପାଇଥିଲେ। ଓଡିଶାରୁ ଅନ୍ୟମାନଙ୍କ ଭିତରେ ମିନତି ମହାପାତ୍ର(ସାଇକ୍ଲିଷ୍ଟ୍),ବିଜୟ ଶତପଥୀ ,କେ ରବିକୁମାର (ଭରୋଉୋତ୍ତଳନ), ରଚିତ ପଣ୍ଡା,ଦୂତି ଚାନ୍ଦ (ଦୌଡ) ଏବଂ ପ୍ରମୋଦ ଭଗତ(ପରା ବ୍ୟାଡମିଣ୍ଟନ) ଏହି ଅର୍ଜୁନ ପୁରସ୍କାର ପାଇଛନ୍ତି।

Tags: #Nationalsportsawards #Deepgresekka #Odisha #Sports

LEAVE A REPLY

Please enter your comment!
Please enter your name here