ଓଡ଼ିଶାଲାଇଭ୍ ବ୍ୟୁରୋ

“ମହିଳାମାନଙ୍କୁ ସଶକ୍ତ କରିବା ପାଇଁ ଆମ ସରକାର ପ୍ରାଧାନ୍ୟ ଦେଇ ଆସୁଛନ୍ତି। ମହିଳାମାନଙ୍କ ବିନା କୌସି ଦେଶ ବା ରାଜ୍ୟର ବିକାଶ ହୋଇପାରିନି। ଯେଉଁ ଦେଶ ବା ରାଜ୍ୟର ମହିଳାମାନେ ଯେତେ ସଶକ୍ତ ସେହି ରାଜ୍ୟ ଏବଂ ଦେଶ ସେତିକି ବିକଶିତ। ଡିଜିଟାଲ କ୍ଷେତ୍ରରେ ଆମ ରାଜ୍ୟର ମହିଳାମାନଙ୍କୁ ସଶକ୍ତ କରିବା ପାଇଁ ଆମ ସରକାର ପ୍ରଧାନ୍ୟ ଦେଉଛନ୍ତି”, ମେକ୍ ଇନ୍ ଓଡ଼ିଶା କନକ୍ଲେଭ ୨୦୧୮ର ସ୍ଵତନ୍ତ୍ର ମହିଳା ଉଦ୍ୟୋଗୀ ଅଧୀବେଶନରେ ଯୋଗ ଦେଇ କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଦେଶ ବିଦେଶର ପୁଞ୍ଜି ନିବେଶକାରୀଙ୍କୁ ଓଡ଼ିଶାକୁ ଆକର୍ଷିତ କରିବା ଲାଗି ରାଜ୍ୟ ସରକାରଙ୍କର ଏକ ଅନନ୍ୟ ପ୍ରୟାସ ହେଉଛି ‘ମେକ୍ ଇନ୍ ଓଡ଼ିଶା’ କନକ୍ଲେଭ। ୨୦୧୬ ମସିହାରୁ ଭୁବନେଶ୍ୱରଠାରେ ଆରମ୍ଭ ହୋଇଥିବା ଏହି ଶିଳ୍ପ ମହାକୁମ୍ଭ ପ୍ରତି ଦୁଇବର୍ଷରେ ଥରେ ଆୟୋଜନ କରାଯାଉଛି। ୨୦୨୨ ନଭେମ୍ବର ୩୦ରୁ ଡିସେମ୍ବର ୪ ତାରିଖ ପର୍ଯ୍ୟନ୍ତ ‘ମେକ୍ ଇନ୍ ଓଡ଼ିଶା’ର ତୃତୀୟ ସଂସ୍କରଣ ଅନୁଷ୍ଠିତ ହେବ।

ଓଡ଼ିଶାରେ ଯେଉଁ ଦ୍ରୁତ ଶିଳ୍ପାୟନର ଯାତ୍ରା ଆରମ୍ଭ ହୋଇଛି ତାହାକୁ ଆହୁରି ସମୃଦ୍ଧ କରିବାରେ ‘ମେକ୍ ଇନ୍ ଓଡ଼ିଶା କନକ୍ଲେଭ’ର ତୃତୀୟ ସଂସ୍କରଣ ବିଶେଷ ସହାୟକ ହେବ। ଓଡ଼ିଶାର ଶିଳ୍ପାୟନକୁ ଆଗକୁ ନେବା ପାଇଁ ଏହି ମହାକୁମ୍ଭରେ ମନ୍ଥନ ହେବ। ତେଣୁ ଏହି କାର୍ଯ୍ୟକ୍ରମରେ ଯୋଗଦେବା ଲାଗି ଦେଶ ବିଦେଶର ନିବେଶକାରୀମାନଙ୍କୁ ଓଡ଼ିଶାକୁ ଆମନ୍ତ୍ରଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

୨୦୧୬ ଏବଂ ୨୦୧୮ରେ ମେକ୍ ଇନ୍ ଓଡ଼ିଶାର ସଫଳତା ପରେ ରାଜ୍ୟ ସରକାର ତୃତୀୟ ସଂସ୍କରଣ ଆୟୋଜନ କରୁଛନ୍ତି। ଏନେଇ ମୁଖ୍ୟମନ୍ତ୍ରୀ ଦୁବାଇ ଏବଂ ଭାରତର କେତେକ ପ୍ରମୁଖ ସହରରେ ରୋଡ୍ ସୋ’ କରିବା ସହିତ ବିଭିନ୍ନ ନିବେଶକଙ୍କ ସହ ଆଲୋଚନା କରିଥିଲେ।

ନିକଟରେ ‘ଇଜ୍ ଅଫ୍ ଡୁଇଙ୍ଗ’ ବିଜନେସ୍ ତାଲିକାରେ ଓଡ଼ିଶାକୁ ‘ଆଚିଭର୍ସ’ ରାଜ୍ୟର ମାନ୍ୟତା ମିଳିବା ସହ ଶିଳ୍ପ ନିବେଶ କ୍ଷେତ୍ରରେ ଦେଶର ଅଗ୍ରଣୀ ରାଜ୍ୟମାନଙ୍କ ମଧ୍ୟରେ ସ୍ଥାନ ପାଇଛି। ଫଳରେ ‘ମେକ୍ ଇନ୍ ଓଡ଼ିଶା କନକ୍ଲେଭ-୨୦୨୨’ରେ  ଅନେକ ନିବେଶକାରୀ ଓଡ଼ିଶା ଆସିବେ ବୋଲି ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର।

ମେକ୍ ଇନ୍ ଓଡ଼ିଶା-୨୦୧୮ରେ ଦେଶ ବିଦେଶରୁ ପ୍ରମୁଖ ଶିଳ୍ପପତି, ଉଦ୍ୟୋଗୀ, ବ୍ୟାଙ୍କର୍ସ, ପଲିସି ମେକରଙ୍କ ସହିତ ବିଭିନ୍ନ ଅଂଶୀଦାରମାନେ ଯୋଗ ଦେଇଥିଲେ। ଏହି କନକ୍ଲେଭକୁ ନେଇ ଓଡ଼ିଶାଲାଇଭ୍ ପକ୍ଷରୁ ସ୍ୱତନ୍ତ୍ର ଭିଡିଓ ରିପୋର୍ଟ ପ୍ରସ୍ତୁତ କରାଯାଇଥିଲା। ତେଣୁ ଆଗକୁ ଆସୁଥିବା ‘ମେକ୍ ଇନ୍ ଓଡ଼ିଶା’ ତୃତୀୟ ସଂସ୍କରଣ ପରିପ୍ରେକ୍ଷୀରେ ଏକ ଫ୍ଲାସବ୍ୟାକ୍।

Tags: #MakeInOdishaConclave #NaveenPatnaik #Odisha #Business #Trade

Comment