ଓଡ଼ିଶାଲାଇଭ୍ ବ୍ୟୁରୋ

ଦକ୍ଷିଣପୂର୍ବ ବଙ୍ଗୋପସାଗର ଏବଂ ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ ଶକ୍ତିଶାଳୀ ହେବାରେ ଲାଗିଛି ଏହି ଲଘୁଚାପ କ୍ଷେତ୍ର ସହିତ ଜଡ଼ିତ ଘୂର୍ଣ୍ଣିବଳୟ ବାୟୁମଣ୍ଡଳର . କିମି ଯାଏଁ ବ୍ୟାପିଛି ଏହି ଲଘୁଚାପଟି ଏଧିକ ଘନୀଭୂତ ହୋଇ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଏକ ଅବପାତର ରୂପ ନେବ

ପରବର୍ତ୍ତୀ ଦିନ ମଧ୍ୟରେ ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରି ଉତ୍ତର ତାମିଲନାଡ଼ୁ ପୁଡ଼ୁଚେରୀ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳ ମୁହାଁ ହେବ ଏହାର କୌଣସି ସିଧାସଳଖ ପ୍ରଭାବ ଓଡ଼ିଶା ଉପରେ ରହିଲେ ମଧ୍ୟ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ବର୍ଷା ହେବ

ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ୨୧ ତାରିଖରୁ ରାଜ୍ୟରେ ବର୍ଷା ଆରମ୍ଭ ହେବ ମୁଖ୍ୟତଃ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ କନ୍ଧମାଳ ଆଦିରେ ସ୍ୱଳ୍ପରୁ ମଧ୍ୟମ ବର୍ଷା ହେବ ୨୨ ତାରିଖରେ ମଧ୍ୟ ଦକ୍ଷିଣ ଓଡ଼ିଶାରେ କିଛି ଜିଲ୍ଲାରେ ବର୍ଷା ହେବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ବର୍ଷା ଲଘୁଚାପ ଯୋଗୁଁ ରାଜ୍ୟକୁ ସାମୁଦ୍ରିକ ବାୟୁର ପ୍ରବାହ ବୃଦ୍ଧି ହେବ ଏହାଦ୍ୱାରା ରାଜ୍ୟରେ ରାତିର ତାପମାତ୍ରା ବୃଦ୍ଧି ହେବ ଶୀତ କମିବ ଆଗାମୀ ରୁ ଦିନ ଯାଏଁ ରାତ୍ରି ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ଥିବାବେଳେ ପରବର୍ତ୍ତୀ ସମୟରେ ରାତ୍ରି ତାପମାତ୍ରାରେ ଡିଗ୍ରୀ ଯାଏଁ ବୃଦ୍ଧି ହେବ ବୋଲି ପାଣିପାଗ କେନ୍ଦ୍ର ସୂଚନା ଦେଇଛି।

ଗତ ୨୪ ଘଣ୍ଟାରେ ରାଜ୍ୟର ଶେମିଳିଗୁଡ଼ାରେ . ଡିଗ୍ରୀ ଶୀତ ରେକର୍ଡ କରାଯାଇଛି ଜି.ଉଦୟଗିରିରେ . ଡ଼ିଗ୍ରୀ କୋରାପୁଟରେ ୧୦. ଡ଼ିଗ୍ରୀ ଫୁଲବାଣୀରେ ୧୦. ଡ଼ିଗ୍ରୀ, ଦାରିଙ୍ଗବାଡିରେ ୧୧.୫ଡ଼ିଗ୍ରୀ ଓ ଭବାନୀପାଟଣାରେ ତାପମାତ୍ରା ୧୧. ଡ଼ିଗ୍ରୀ ରହିଛି

Tags: #OdishaWeatherUpdate #BayOfBengal #Rain #Odisha

LEAVE A REPLY

Please enter your comment!
Please enter your name here