ଓଡ଼ିଶାଲାଇଭ୍ ବ୍ୟୁରୋ

ଭୁବନେଶ୍ୱରରେ ପାର୍କିଂ ଓ ଟ୍ରାଫିକ ସମସ୍ୟାର ସମାଧାନ ପାଇଁ ବିଏମସି ବଡ଼ ନିଷ୍ପତ୍ତି ନେଇଛି। ପାର୍କିଂ ସ୍ଥଳକୁ କେହି ଅନ୍ୟ କାର୍ଯ୍ୟରେ ବ୍ୟବହାର କରିପାରିବେ ନାହିଁ। କୋଠା ହେଉ କି ଆପାର୍ଟମେଣ୍ଟ, ଅଥବା ବ୍ୟବସାୟିକ ପ୍ରତିଷ୍ଠାନ ସମସ୍ତେ ଗାଡ଼ି  ପାର୍କିଂ ପାଇଁ ଜାଗା ବାହାର କରିବେ। ଅନୁମୋଦିତ ପ୍ଲାନକୁ ଖିଲାପ କରି କୋଠା ନିର୍ମାଣ ହୋଇଥିଲେ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏଥିଲାଗି ବିଏମସି କମିଶନର ବିଜୟ ଅମୃତା କୁଲାଙ୍ଗେ ନିର୍ଦ୍ଦେଶନାମା ଜାରି କରିଛନ୍ତି।

ରାଜଧାନୀରେ ଏକାଧିକ ସପିଂ ମଲ, ଅପାର୍ଟମେଣ୍ଟ ଆଦି ମନଇଛା ରାସ୍ତାକୁ ଲଗାଇ ଗାଡି ପାର୍କିଂ କରୁଛନ୍ତି ଯାହାଫଳରେ ସହରରେ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି ଫଳରେ ଲୋକମାନେ ହଇରାଣ ହେଉଛନ୍ତି। ପାର୍କିଂ ସମସ୍ୟା  ବିଏମସି ପାଖକୁ  ସବୁଦିନ ଅଭିଯୋଗ ହେଉଛି।

ମାସେ ଭିତରେ ପାର୍କିଂ ସ୍ଥାନ ନ’କଲେ ସମ୍ପୃକ୍ତ ବ୍ୟକ୍ତି କିମ୍ବା ପ୍ରତିଷ୍ଠାନ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦେଇଛି ବିଏମସି। ଓଡିଏ ଆକ୍ଟ ୧୯୮୨ ଧାରା ୯୨(ଖ) ଅନୁସାରେ ଏହି କାର୍ଯ୍ୟାନୁଷ୍ଠାନ ହେବ। ଏଥିରେ  ସମ୍ପୃକ୍ତ ବ୍ୟକ୍ତି କିମ୍ବା ପ୍ରତିଷ୍ଠାନ ଉପରେ ଫାଇନ ଅଥବା ଥାନାରେ ମାମଲା ରୁଜୁ ହୋଇପାରେ।

Tags: #Bhubaneswar #Parkingproblem #BMC #Odisha

Comment