ଓଡ଼ିଶାଲାଇଭ୍ ବ୍ୟୁରୋ

ଢେଙ୍କାନାଳ ଜିଲ୍ଲା ଯୋରନ୍ଦା ମହିମା ପୀଠରେ ଜିଲ୍ଲା ପ୍ରଶାସନ ପକ୍ଷରୁ ମଙ୍ଗଳବାର ଦିନ ଜବରଦଖଲ ଉଚ୍ଛେଦ ଆରମ୍ଭ ହୋଇଛି। ଉପଜିଲ୍ଲାପାଳଙ୍କ ଉପସ୍ଥିତିରେ ଉଚ୍ଛେଦ କାର୍ଯ୍ୟ କରାଯାଇଛି। ଆଇନଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ୪ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯିବା ସହ ମନ୍ଦିର ପରିସରରେ ୧୪୪ ଧାରା ଜାରି କରାଯାଇଛି।

ମହିମା ପୀଠରେ ଦୀର୍ଘ ବର୍ଷ ଧରି ଜମି ବିବାଦ ଲାଗି ରହିଥିଲା। ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଆଜି ପ୍ରଶାସନ ପକ୍ଷରୁ ଉଚ୍ଛେଦ କାର୍ଯ୍ୟ ଆରମ୍ଭ କରାଯାଇଛି। ବକଳ ସମାଜଙ୍କ ମୁଖ୍ୟ ଗାଦି ମନ୍ଦିର ତୃତୀୟ ବେଢ଼ା, କୌପିନ ସମାଜର ବତୀ ମନ୍ଦିର, ଧୂନି ମନ୍ଦିର ଏବଂ ଟୁଙ୍ଗି ଘର ଆଦି ଭଙ୍ଗା ଯାଇଛି। ଏହି ଉଚ୍ଛେଦ କାର୍ଯ୍ୟରେ ଦୁଇଟି ଜେସିବି ନିୟୋଜିତ ହୋଇଛି।

Tags: #Dhenkanal #JorandaMahimaPitha #Demolition #IllegalConstruction #DistAdministration

Comment